ରଘୁନାଥପୁର, ୧୩ା୨ (ଡି.ଏନ.ଏ.): ସାରା ବିଶ୍ୱରେ କରୋନା ଭାଇରସ୍କୁ ନେଇ ଚିନ୍ତା ଘରିଛି। ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ ଚାନ୍ଦପୁର ଗଁ।ର ଚାଇନା ଫେରନ୍ତା ଯୁବକଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ଖୋଜାଯାଇଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସିଡିଏମଓଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା. ସୁକାନ୍ତ କୁମାର ଦଳାଇ ସଜାଗ ହୋଇ ଉଠିଥିଲେ। ଡା. ପ୍ରଭାସ ଚନ୍ଦ୍ର ସ୍ବାଇଁ, ଜନସ୍ବାସ୍ଥ୍ୟ ଅଧିକାରୀ ରାନୁ ମହାପାତ୍ର ଓ ମହେଶ୍ୱର ମଲ୍ଲିକ ପ୍ରମୁଖ ଚାନ୍ଦପୁରସ୍ଥିତ ବାସଭବନକୁ ଯାଇ ଚାଇନା ଫେରନ୍ତା ଜଗବନ୍ଧୁ ମହାପାତ୍ରଙ୍କୁ ଖୋଜିଥିଲେ। ତେବେ ଜଗବନ୍ଧୁ ଜାନୁୟାରୀ ୩୦ ରୁ ବମ୍ବେ ପଳାଇଥିବା ଜାଣିବାକୁ ପାଇଥିଲେ। ଡା. ସ୍ବାଇଁଙ୍କ କହିବା ମୁତାବକ, ଜଗବନ୍ଧୁ ବମ୍ବେର ଏକ କମ୍ପାନୀର ସୁପରଭାଇଜର ଭାବେ କାମ କରନ୍ତି। ଜାନୁୟାରୀ ୮ରେ କମ୍ପାନୀ କାମରେ ଚାଇନା ଯାଇଥିଲେ। ସେଠାରୁ ଜାନୁୟାରୀ ୧୫ରେ ଫେରି ୨୯ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱରରେ ଅବସ୍ଥାନ କରିଥିଲେ। ଉକ୍ତଦିନ ରଘୁନାଥପୁରସ୍ଥିତ ଚାନ୍ଦପୁର ବାସଭବନକୁ ଆସି ଦିନେ ରହିବା ପରେ ୩୦ ତାରିଖରେ ବମ୍ବେ ଚାଲିଯାଇଥିଲେ। ସ୍ବାସ୍ଥ୍ୟ ବିଭାଗର ତନାଘନା ପରେ ଅଞ୍ଚଳରେ ଏହାକୁ ନେଇ ଭୟର ବାତାବରଣ ଖେଳିଯାଇଛି। ଜଗବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ସମ୍ପର୍କରେ ପଡୋଶୀଙ୍କଠାରୁ ଡା. ସ୍ବାଇଁ ସୂଚନା ପାଇଥିଲେ। ହେଲେ ବ୍ୟକ୍ତିଗତ ଭାବେ ତାଙ୍କୁ ନ ଦେଖିଲେ କିଛି କହିହେବ ନାହିଁ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଦଳେଇ ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ସବିଶେଷ ତଥ୍ୟ ବିଭାଗକୁ ଜଣାଇ ଦିଆଯାଇଥିବା ଡା. ଦଳାଇ କହିଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜଗବନ୍ଧୁ ଚାଇନାରୁ ଫେରିବା ପରେ ତାଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଛି କି ନାହିଁ, ଏହାଛଡା ସେ ଅବସ୍ଥାନ କରିଥିବା ସ୍ଥାନରେ ସାଧାରଣ ଲୋକଙ୍କ ସହ ମିଶିଥିବା ହେତୁ ପାରିପାର୍ଶ୍ୱିକ ସ୍ଥିତି କିପରି ଅଛି, ସ୍ବାସ୍ଥ୍ୟ ବିଭାଗ ଅନୁଧ୍ୟାନ କରିବା ଦରକାର।
Posted inଆମ ଜିଲା ଖବର, ଜଗତ୍ସିଂହପୁର, ରାଜ୍ୟ View All
ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….
ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…
ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର
ଭୁବନେଶ୍ବର,୨ା୪: ଖୁଵ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…
ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ
ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…
ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ
ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…
ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ
ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…
ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା
ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍ପି ଅନନ୍ତ ନାୟକଙ୍କ ଅବକାରୀ…
୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….
ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…
ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା
ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…
Archives

