Categories: ଜାତୀୟ

ଚାଇନା ଦେଶର ୩ ସ୍ଥାନରେ କରିଛି ଜବର ଦଖଲ, ସତ କୁହନ୍ତୁ ମୋଦି: ରାହୁଲ

ନୂଆଦିଲ୍ଲୀ,୨୬।୬: ଚାଇନା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ରାହୁଲ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ମୋଦିଙ୍କୁ ଚାଇନା ବିବାଦକୁ ନେଇ ସତ କୁହନ୍ତୁ ବୋଲି କହିଛନ୍ତି। ଭିଡିଓ ଶେୟାର କରିବା ସହ ରାହୁଲ ପ୍ରଥମେ ଶହୀଦ ଯବାନଙ୍କୁ ସଲାମ କରିଛନ୍ତି। ସେ କହିଛନ୍ତି ପୁରା ଦେଶ ସେନା ଓ ସରକାରଙ୍କ ସହ ଅଛି। ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କିଛିଦିନ ତଳେ ପ୍ରଧାନମନ୍ତ୍ରୀ କହିଥିଲେ ଦେଶର ଏକ ଇଞ୍ଚ ଜମି କେହିବି ନେଇ ନାହାନ୍ତି। ହେଲେ ଏବେ ଶୁଣିବାକୁ ମିଳୁଛି, ସାଟେଲାଇଟ ଚିତ୍ର କହୁଛି, ସେନାର ପୂର୍ବତନ ଜେନରାଲ କହୁଛନ୍ତି, ଲଦ୍ଦାଖ ବାସୀ କହୁଛନ୍ତି ଚାଇନା ଆମର ଗୋଟିଏ ନୁହେଁ ତିନି ତିନୋଟି ସ୍ଥାନ ନେଇ ସାରିଛି। ତେଣୁ ପ୍ରଧାନମନ୍ତ୍ରୀ ସତ କୁହନ୍ତୁ ବୋଲି ରାହୁଲ କହିଛନ୍ତି।

Share