ଚାଇନା ତାରକା ଫୁଟବଲର କରୋନା ଭାଇରସ ଆକ୍ରାନ୍ତ

ସାଙ୍ଘାଇ,୨୧।୩(ପି.ଟି.):  ଚାଇନାର ଜଣାଶୁଣା ଫୁଟବଲ ତାରକା ବୁ ଲେଇ ସ୍ପେନ୍‌ରେ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସ୍ପେନ୍‌ର ଇସ୍ପାନ୍ୟୋଲ କ୍ଲବ ତରଫରୁ ଖେଳୁଥିବା ଲେଇଙ୍କ ଦେହରେ ଏହି ଭାଇରସ ଥିବା କଥା ଚାଇନିଜ ଫୁଟବଲ ଆସୋସିଏଶନ (ସିଏଫ୍‌ଏ) ତରଫରୁ ଶନିବାର କୁହାଯାଇଛି। ଲେଇଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି ଓ ତାଙ୍କର ଚିକିତ୍ସା କରାଯାଉଛି। ଲେଇ ଓ ତାଙ୍କ କ୍ଲବ୍‌ ସହ ଆମେ ଯୋଗାଯୋଗ ରକ୍ଷା କରିଛୁ। ଆବଶ୍ୟକ ପଡିଲେ ତାଙ୍କୁ ସବୁ ପ୍ରକାର ସାହଯ୍ୟ ସହଯୋଗ ପ୍ରଦାନ କରିବାକୁ ଆମେ ପ୍ରସ୍ତୁତ ଅଛୁ। ସେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ସିଏଫ୍‌ଏ କହିଛି।
୨୮ ବର୍ଷୀୟ ଚାଇନାର ଏହି ସବୁଠାରୁ ଜଣାଶୁଣା ଷ୍ଟ୍ରାଇକର ବାର୍ସିଲୋନାରେ ଏବେ ସେଲ୍ଫ ଆଇସୋଲେଶନ ରହିଥିବା ଜିନ୍‌ହୁଆ ନ୍ୟୁଜ୍‌ ଏଜେନ୍ସି ତରଫରୁ କୁହାଯାଇଛି। ଚାଇନାର ଏକମାତ୍ର ଖେଳାଳିଭାବେ ଲେଇ ୟୁରୋପ୍‌ର ଶ୍ରେଷ୍ଠ ୫ଟି ଲିଗ୍‌ରେ ସାମିଲ ହୋଇଛନ୍ତି। ଗତବଷ ଜାନୁୟାରୀରେ ସେ ସାଂଘାଇ ଏସ୍‌ଆଇପିଜି କ୍ଳବ ଛାଡ଼ି ଇସ୍ପାନ୍ୟୋଲରେ ଯୋଗ ଦେଇଥିଲେ। ଉଲ୍ଲେଖଥାଉ କି, କରୋନା ଭାଇରସ ଚାଇନାର କେନ୍ଦ୍ରୀୟ ସହର ଉହାନରୁ ଉତ୍ପତ୍ତି ହୋଇଥିଲା। ଏବେ ଏହା ସାରା ବିଶ୍ୱରେ ମହାମାରୀ ରୂପ ନେଇଛି।

Share