ଚାଇନା ଜାରି କଲା ଶ୍ୱେତପତ୍ର: କେବେ, କେଉଁଠୁ ଆସିଛି କରୋନା

ବେଜିଂ,୭।୬: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ଚାଇନାର ଉହାନ ସହରରୁ ଆସିଥିବା କରୋନା ଆମେରିକା ସମେତ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ପରିସ୍ଥିତି ଏଭଳି ହୋଇଛି ବିଶ୍ୱର ମହାଶକ୍ତି କୁହାଯାଉଥିବା ଆମେରିକାରେ କେବଳ ଏକ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଆମେରିକା କ୍ରମାଗତ ଅଭିଯୋଗ କରିଆସୁଛି ଯେ, ଚାଇନା ଜାଣିଶୁଣି ଏହାକୁ ସମଗ୍ର ବିଶ୍ୱରେ ବ୍ୟାପିବାକୁ ଦେଇଛି। ଏସବୁ ଭିତରେ ରବିବାର ଚାଇନା ଏକ ଶ୍ୱେତପତ୍ର ଜାରି କରି ନିଜକୁ ନିର୍ଦ୍ଦୋଶ ବୋଲି କହିଛି।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୨୭ରେ ପ୍ରଥମେ ଉହାନରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜାନୁଆରୀ ୧୯ରେ ମଣିଷରୁ ମଣିଷ ଏହି ଭାଇରସ ସଂକ୍ରମିତ ବିଷୟରେ ସୂଚନା ଦିଆଯାଇଥିଲା। ସେତେବେଳେ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଚେଷ୍ଟା କରାଯାଇଥିଲା ବୋଲି ଚାଇନା ସ୍ପଷ୍ଟ କରିଛି।

Share