ଚାଇନା କୋଇଲା ଖଣି ବିସ୍ଫୋରଣ: ୧୪ ମୃତ

ବେଜିଂ,୧୭।୧୨: ଚାଇନାରେ ଏକ କୋଇଲା ଖଣିରେ ବିସ୍ଫୋରଣ ହେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖଣିରେ ପାଖାପାଖି ୩୪୬ ଶ୍ରମିକ କାମ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିବା କହିଛି ଚାଇନାର ଗଣମାଧ୍ୟମ ସିନୁଆ ନ୍ୟୁଜ। ଏମାନଙ୍କ ସହ ଯୋଗଯୋଗ ହୋଇ ପାରୁ ନ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିବା କୁହାଯାଉଛି। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଚାଇନାର କୋଇଲା ଖଣିରେ ବିସ୍ଫୋରଣ ଘଟିଥିବା ଖବର ସାମ୍ନାକୁ ଆସିଛି।

Share