Categories: ଜାତୀୟ

ଚାଇନା କେବେ ଭାରତର ମିତ୍ର ହୋଇ ନ ପାରେ: ବାବା ରାମଦେବ

ନୂଆଦିଲ୍ଲୀ,୨୦।୬: ଭାରତ-ଚାଇନା ବିବାଦକୁ ନେଇ ସବୁଠି ଚର୍ଚ୍ଚା ଯୋର ଧରିଛି। ଏବେ ଅନେକ ସ୍ଥାନରେ ଚାଇନା ସାମଗ୍ରୀ ସମ୍ପୂର୍ଣ୍ଣ ବର୍ଜ୍ଜନ କରିବାକୁ କୁହାଯାଉଥିବା ବେଳେ ଏହାକୁ ନେଇ ଯୋଗଗୁରୁ ବାବା ରାମଦେବ ତାଙ୍କର ମତ ରଖିଛନ୍ତି। ସେ କହିଛନ୍ତି ଚାଇନା କେବେ ଭାରତର ମିତ୍ର ହୋଇ ନ ପାରେ। ତେଣୁ ପାକିସ୍ତାନକୁ ଯେଭଳି ବ୍ୟବହାର ଭାରତ କରୁଛି ଚାଇନାକୁ ମଧ୍ୟ ସେମିତି ବ୍ୟବହାର କରିବା ଦରକାର। କାରଣ ଚାଇନା ଆମସହ ଛଳନା କରୁଛି ଆଉ ଭବିଷ୍ୟତରେ ମଧ୍ୟ ଛଳନା କରିବ। ଆସନ୍ତା ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଚାଇନା ସାମଗ୍ରୀ ବନ୍ଦ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ନିକଟରେ ଏକ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି।

Share