Categories: ଜାତୀୟ

ଚାଇନା ଉତ୍ପାଦ ବ୍ୟବହାର ନ କରିବାକୁ ଚାହୁଁଛନ୍ତି ୮୭ ପ୍ରତିଶତ ଭାରତୀୟ

ନୂଆଦିଲ୍ଲୀ, ୨୦।୬: ଗଲଓ୍ବାନ ଘାଟିରେ ୨୦ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏନେଇ ଭାରତୀୟଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବାରେ ଲାଗିଛି। ଚାଇନାକୁ ଆର୍ଥିକ କ୍ଷେତ୍ରରେ ଦୁର୍ବଳ କରିବା ଲାଗି ୮୭ ପ୍ରତିଶତ ଭାରତୀୟ କୌଣସି ଚାଇନା ଉତ୍ପାଦ ଏକବର୍ଷ ପର୍ଯ୍ୟନ୍ତ ନ କିଣିବାକୁ ମନସ୍ଥ କରିଥିବା ଏକ ସ୍ଥାନୀୟ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ୯୭ ପ୍ରତିଶତ ଭାରତୀୟ ଚାଇନା ଉତ୍ପାଦ ବର୍ଜନକୁ ସମର୍ଥନ କରିଛନ୍ତି। ଚାଇନା ଉତ୍ପାଦ ଉପରେ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବଢ଼ାଇବା ଲାଗି ସର୍ଭେ ସମୟରେ ଲୋକେ କହିଛନ୍ତି। ରଏଟର ରିପୋର୍ଟ ଅନୁସାରେ ଭାରତ ସରକାର ୩୦୦ ଚାଇନା ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ପାଇଁ ଯୋଜାନା କରୁଛନ୍ତି। ଦେଶର ୨୩୫ ଜିଲାରେ ଏହି ସର୍ଭେ ହୋଇଥିବାବେଳେ ଏଥିରେ ୩୨ ହଜାର ଲୋକଙ୍କୁ ସାମିଲ୍‌ କରାଯାଇଥିଲା।

Share