Categories: ଫୁରସତ

ଚାଇନାର ହାଇଟେକ୍‌ ଭିକାରି, କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ମାଗୁଛନ୍ତି ଭିକ

ଚାଇନାର ସବୁ ଜିନିଷ ଯେମିତି ହାଇଟେକ୍‌, ଏଠାକାର ଭିକାରି ବି ସେମିତି ହାଇଟେକ୍‌। ଏମାନଙ୍କ ଭିକ ମାଗିବା ଅନ୍ଦାଜ ହିଁ କିଛି ଭିନ୍ନ। ସେମାନେ ଏବେ ଭିକ ମାଗୁଛନ୍ତି କ୍ୟୁଆର୍‌ କୋଡ୍‌ ମାଧ୍ୟମରେ। କଥାଟି ଅଜବ ଲାଗୁଥିବ। ହେଲେ ଏହା ସତ। ଚାଇନାର ଏକ କମ୍ପାନୀ ଭିକାରିଙ୍କୁ କ୍ୟୁଆର୍‌ କୋଡ୍‌ ଉପଲବ୍ଧ କରାଇଛନ୍ତି। ଯାହା ମାଧ୍ୟମରେ ଭିକାରିମାନେ ଇ-ଓ୍ବାଲେଟ୍‌ ବ୍ୟବହାର କରି ଲୋକଙ୍କଠାରୁ ଭିକ ମାଗିପାରିବେ। ଏହି ଭିକାରିଙ୍କୁ ଲୋକ ଭିକଦେବା ପାଇଁ କ୍ୟୁଆର୍‌ କୋଡ ସ୍କାନ କରିବାକୁ ହେବ। ଏହାଦ୍ୱାରା ଭିକ ଦେଉଥିବା ବ୍ୟକ୍ତିଙ୍କ ବିବରଣୀ କମ୍ପାନୀ ନିକଟକୁ ଚାଲିଯାଏ। ଏହା ବଦଳରେ କମ୍ପାନୀ ଭିକାରିଙ୍କୁ ନିଜ ତରଫରୁ ଟଙ୍କା ଦେଇଥାଏ, ଯାହା ସିଧା ତାଙ୍କ ଇ-ଓ୍ବାଲେଟ୍‌କୁ ଚାଲିଯାଏ। କ୍ୟୁଆର୍‌ କୋଡ୍‌ ଜାରି କରିଥିବା କମ୍ପାନୀ ମଧ୍ୟରେ ଅଲିବାବା କା ଅଲି ପେ ଓ ଓ୍ବି ଚାଟ୍‌ ଭଳି ଇ-ଓ୍ବାଲେଟ୍‌ ସାମିଲ ଅଛି। ପର୍ଯ୍ୟଟନସ୍ଥଳ ବ୍ୟତୀତ ରେଷ୍ଟୁରାଣ୍ଟ ଆଖପାଖରେ ଏହି ଭିକାରି ଦେଖିବାକୁ ମିଳୁଛନ୍ତି, ଯେଉଁମାନଙ୍କ ପାଖରେ କ୍ୟୁଆର୍‌ କୋଡ୍‌ ଓ ଡିଜିଟାଲ ପେମେଣ୍ଟ ସିଷ୍ଟମ୍‌ ଅଛି। ଯେଉଁମାନେ ଆଗରୁ ଖୁଚୁରା ପଇସା ନ ଥିବା କହି ଖସି ଚାଲିଯାଉଥିଲେ। ଏବେ ଏହି ପଦ୍ଧତି ଦ୍ୱାରା ସ୍କାନ କରି ଖୁଚୁରା ପଇସା ଭିକାରିଙ୍କୁ ଅନ୍‌ ଦି ସ୍ପଟ୍‌ ଦେଉଛନ୍ତି।

Share