ଚାଇନାର ବହୁ ସଂସ୍ଥାକୁ କଳା ତାଲିକାଭୁକ୍ତ କଲା ଟ୍ରମ୍ପ୍‌ ପ୍ରଶାସନ

ଓ୍ବାଶିଂଟନ,୨୩।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ବହୁ ଚାଇନା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇଛି। ସମ୍ପୃକ୍ତ ସଂସ୍ଥା ବିରୋଧରେ ମାନବିକ ଅଧିକାର ଉଲ୍ଲଂଘନ କରିଥିବାର ଅଭିଯୋଗ ହୋଇଛି। ତାଲିକାରେ ୯ଟି ସଂସ୍ଥା ମାନବିକ ଅଧିକାର ଉଲ୍ଲଂଘନ କରିଥିବା ଉଲ୍ଲେଖ କରାଯାଇଛି। ସେଥିମଧ୍ୟରୁ ୭ଟି ସଂସ୍ଥା ଚାଇନାର ବେଜିଂରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ସମର୍ଥନ କରୁଥିବା କୁହାଯାଉଛି। ଏଭଳି ୩୩ଟି ସଂସ୍ଥାକୁ ଆମେରିକା ପକ୍ଷରୁ ଚିହ୍ନଟ କରାଯାଇଛି। ଏନେଇ ଆମେରିକା ବାଣିଜ୍ୟ ସଚିବ ଓ୍ବିଲବୁର୍‌ ରୋସ୍‌ ସୂଚନା ଦେଇଛନ୍ତି। ସେଥିମଧ୍ୟରେ ୨୪ଟି ସରକାରୀ ବାଣିଜି୍ୟକ ସଂସ୍ଥା ରହିଛି।

Share