ଚାଇନାରେ ସଂକ୍ରମଣ ୧କୁ ହ୍ରାସ

ବେଜିଂ,୩।୫: କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚାଇନାରେ ଶୁକ୍ରବାର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାହା ବାହାରୁ ଆସିଥିବା ମାମଲା ବୋଲି କୁହାଯାଉଛି। ଡିସେମ୍ବର ମାସରେ ପ୍ରଥମେ ଏହି ଭୂତାଣୁ ସଂକ୍ରମଣ ଜଣାପଡିଥିଲା। ସେଠାରେ କରୋନାରେ ୪୬୩୩ ଜଣଙ୍କର ମୃତ୍ୟୁ ଘଟିଥିଲା। ମୁଖ୍ୟ ଭୂଖଣ୍ଡ ଚାଇନାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨,୮୭୫ ଥିବାବେଳେ ସେମାନଙ୍କ ମଧ୍ୟରୁ ୭୭,୬୮୫ ଜଣ ଆରୋଗ୍ୟ ଲାଭ କରିଥିବା ନ୍ୟାଶନାଲ ହେଲ୍‌ଥ କମିଶନ (ଏନ୍‌ଏଚ୍‌ସି) ପକ୍ଷରୁ ଶନିବାର କୁହାଯାଇଛି। ସବୁଠୁ ବଡ଼ କଥା ହେଲା କରୋନାର କେନ୍ଦ୍ରସ୍ଥଳ କୁହାଯାଉଥିବା ହୁବେଇ ପ୍ରଦେଶ ଏବଂ ଉହାନ୍‌ ସହରରେ ଗତ ୨୮ ଦିନ ମଧ୍ୟରେ ଗୋଟିଏ ହେଲେ କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଏବେ ଦେଶରେ ୯୮୯ ଜଣ ସଂକ୍ରମିତ ଅଛନ୍ତି।

Share