ଚାଇନାରେ ଘୂର୍ଣ୍ଣିବାୟୁର ତାଣ୍ଡବ: ୬ ମୃତ ଶତାଧିକ ଆହତ

ବେଜିଂ,୪।୭: ଚାଇନାର ଉତ୍ତର ପୂର୍ବରେ ଥିବା ଲିଓନଇଙ୍ଗ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ହୋଇଥିବା ଘୂର୍ଣ୍ଣିବାୟୁରେ ୬ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୧୯୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୫ଟା ୧୫ ମିନିଟରେ ଏହା କାଇଓ୍ବାନ ସହରରେ ଦେଖାଦେଇଥିବା ବେଳେ ଏହାର ବେଗ ଥିଲା ସେକେଣ୍ଡକୁ ୨୩ ମିଟର। ୧୫ ମିନିଟର ଏହି ଘୂର୍ଣ୍ଣିବାୟୁ ପ୍ରଭାବରେ ବହୁ ଘର, କାରଖାନା ଓ ବିଜୁଳି ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରେ ଫଶି ରହିଥିବା ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି।

Share