ଚାଇନାରେ କରୋନାଭାଇରସ ପୀଡିତଙ୍କୁ ଦିଆଯାଉଛି କଇଁଛ ମାଂସ!

ବେଜିଂ,୮।୨: କରୋନାଭାଇରସ ଏବେ ଚାଇନାରେ ମହାମାରୀର ରୂପ ନେଇଛି। ଏବେସୁଦ୍ଧା ଏଥିରେ ପ୍ରାୟ ୭୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ହଜାରରୁ ଊର୍ଦ୍ଧ୍ୱ ଏଥିରେ ସଂକ୍ରମିତ ଅଛନ୍ତି। ଏହାକୁ ନେଇ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ରୋଗୀଙ୍କୁ କଇଁଛ ମାଂସ ଦିଆଯାଉଛି ବୋଲି କୁହାଯାଉଛି। ତେବେ ଚାଇନରାରେ କଇଁଛ ମାଂସରେ ଅଧିକ ପରିମାଣର ପ୍ରୋଟିନ ଥିବାରୁ ଏହା ଅନେକ ରୋଗରୁ ଉପଶମ ଦେଇଥାଏ ବୋଲି ମଧ୍ୟ କୁହାଯାଉଛି। ଆଉ ଏହାକୁ ଖାଇଲେ କରୋନାଭାଇସରରୁ ଶୀଘ୍ର ମୁକ୍ତି ମିଳିବ ବୋଲି ମଧ୍ୟ କୁହାଯାଉଛି। ଏକ ଅସ୍ଥାୟୀ ହସ୍ପିଟାଲରେ ଜଣେ ରୋଗୀ ଏହି ଭିଡିଓ ଅପଲୋଡ କରିଥିବା ଆଲୋଚନା ହେଉଛି। ତେବେ ବାଦୁଡି ମାଂସର ସୁପ୍‌ ପିଇବା ଯୋଗୁ କରୋନାଭାଇରସ ବ୍ୟାପୀଥିବା ପୂର୍ବରୁ କୁହାଯାଉଥିବା ବେଳେ ଏବେ କିନ୍ତୁ ଚାଇନାର ବିଶେଷଜ୍ଞ ଏହାକୁ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି ବାଦୁଡି ନୁହେଁ ବରଂ ପାଙ୍ଗୋଲିନ ବା ବଜ୍ରକାପ୍ତାଙ୍କ ଯୋଗୁ ଏହା ବ୍ୟାପିଛି। ସାଉଥ୍‌ ଚାଇନାର ଏଗ୍ରିକଲଚର ୟୁନିଭର୍ସିଟିର ବିଶେଷଜ୍ଞମାନେ ଏହା କହିଛନ୍ତି। ପାଖାପାଖି ୧ ହଜାର ଜଙ୍ଗଲି ଜୀବଙ୍କ ନମୁନା ପରୀକ୍ଷା ପରେ ଏହା ଜଣାପଡିଥିବା ସେମାନେ ଦାବି କରିଛନ୍ତି। ଯାହାବି ହେଉ କରୋନାଭାଇରସର ଭୟାବହତା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏବେ ଏହା ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି।

Share