ଚାଇନାକୁ ପୁଣି ଫେରିଲା କରୋନା: ଜିନଫାଦି ବଜାର ହେଲା ବନ୍ଦ

ବେଜିଂ, ୧୪।୬: କରୋନା ସଂକ୍ରମଣ ପୁଣି ଥରେ ଚାଇନାକୁ ଫେରିଛି। ବେଜିଂରେ ୫୩ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏଠାକାର ବୃହତ ସମୁଦ୍ରଜାତ ଖାଦ୍ୟ ପଦାର୍ଥ ବଜାର ଜିନଫାଦିକୁ ସାମୟିକ ଭାବେ ବନ୍ଦ କରିବା ଲାଗି ରବିବାର ନିର୍ଦ୍ଦେଶ ଜାରି ହୋଇଛି। ସଂକ୍ରମିତମାନେ ଏହି ବଜାରରେ କାମ କରୁଥିବା କୁହାଯାଉଛି। କେତେକ ଅଞ୍ଚଳକୁ ଲକ୍‌ଡାଉନ୍‌ କରାଯାଇଥିବା ବେଜିଂ ମ୍ୟୁନିସପାଲଟି ପ୍ରବକ୍ତା ଜୁ ହେଜିଆନ୍‌ ସୂଚନା ଦେଇଛନ୍ତି। ଲୋକଙ୍କୁ ସଚେତନ କରାଯିବା ସହିତ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ଲାଗି ସମସ୍ତ ପ୍ରୟାସ କରାଯାଉଥିବା ସେ କହିଛନ୍ତି।

Share