ଚାଇନାକୁ ଡରିଲା ଟୁଇଟର

ନୂଆଦିଲ୍ଲୀ,୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ବେଖାତିର କରି ତାଙ୍କ ପୋଷ୍ଟକୁ ହଟାଇ ଦେଉଥିବା ଟୁଇଟର ଚାଇନାକୁ ଡରିଯାଇଛି। ଏହି ସୋସିଆଲ ନେଟଓ୍ବାର୍କିଂ ସାଇଟ ବେଜିଂକୁ ସୁହାଇଲା ଭଳି କାମ କରୁଛି। ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନକାରୀ ପ୍ରମୁଖ କମ୍ପାନୀ ଅମୁଲର ଏକ ସଦ୍ୟ ଟୁଇଟକୁ ହଟାଇ ଦେବା ପରେ ଏହାର ଚାଇନା ପ୍ରୀତି ପଦାରେ ପଡିଛି।
ଲଦାଖ ସୀମାରେ ଉତ୍ତେଜନା ସୃଷ୍ଟି କରୁଥିବା ଚାଇନା ବିରୋଧରେ ଭାରତୀୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଦେଶର ସାମଗ୍ରୀଗୁଡିକୁ ବର୍ଜନ କରିବା ପାଇଁ ଭାରତରେ ଅଭିଯାନ ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ଅମୁଲ ନିଜ ଅଫିସିଆଲ ଟୁଇଟର ଆକାଉଣ୍ଟରେ ‘ଏକ୍‌ଜିଟ ଦି ଡ୍ରାଗନ’ ନାମରେ ଏକ ଟେମ୍ପଲେଟ ପୋଷ୍ଟକରି କମେଣ୍ଟ କରିଥିଲା। ଏହାପରେ ଟୁଇଟର ଅମୁଲ ଆକାଉଣ୍ଟକୁ ଗୁରୁବାର ରାତିରେ ହଟାଇ ଦେଇଥିବା ଦେଖାଯାଇଥିଲା। ପରବର୍ତ୍ତୀ ସମୟରେ ହଟାଯାଇଥିବା ଆକାଉଣ୍ଟକୁ ପୁଣି ଥରେ ଆକ୍ଟିଭ କରାଯାଇଥିଲା। ଉକ୍ତ ପୋଷ୍ଟରେ ଅମୁଲ ଗାର୍ଲ ଡ୍ରାଗନ ସହ ଲଢ଼େଇ କରୁଥିବା ଦର୍ଶାଯାଇଛି। ଡ୍ରାଗନ ପାର୍ଶ୍ୱରେ ଚାଇନାର ଭିଡିଓ ଶେୟାରିଂ ପ୍ଲାଟ୍‌ଫର୍ମ ଟିକ୍‌ଟକ୍‌ ରହିଛି।
ସ୍ଥାନୀୟ ଏବଂ ବିଶ୍ୱସ୍ତରର କୌଣସି ପ୍ରସଙ୍ଗ ଉପରେ ଅମୁଲ ଏଭଳି ସୃଜନାତ୍ମକ ଟେମ୍ପଲେଟ ୧୯୬୬ ପରଠାରୁ ପ୍ରସ୍ତୁତ କରିଥାଏ। ଦୀର୍ଘ ବର୍ଷ ଧରି ଏଭଳି ହୋଇଆସିଛି। ଏଥିଲାଗି ଘରେ ଘରେ ଅମୁଲର ଲୋକପ୍ରିୟତା ମଧ୍ୟ ରହିଛି। ନିକଟରେ ଅମୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଆତ୍ମନିର୍ଭର ଭାରତ’ ସହ ସ୍ଥାନୀୟ ସାମଗ୍ରୀକୁ ଫୋକସ କରିଥିବାବେଳେ ଚାଇନା ପ୍ରଡକ୍ଟ ବିରୋଧରେ ଏଭଳି ପୋଷ୍ଟ କରିଛି। ଟୁଇଟର ଏହାକୁ ହଟାଇବା ପରେ ଅମୁଲ ଉଦ୍‌ବେଗ ପ୍ରକାଶ କରିଛି। ବିନା କୌଣସି ସୂଚନାରେ ଏହା କରାଯାଇଥିବା କମ୍ପାନୀ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି। ଟୁଇଟର ଆକାଉଣ୍ଟକୁ ଗୁରୁବାର ମଧ୍ୟରାତିରେ ହଟାଯାଇଥିଲାବେଳେ ଶୁକ୍ରବାର ସକାଳେ ପୁଣି ଥରେ ଆକ୍ଟିଭେଟ କରାଯାଇଥିଲା। ଟୁଇଟରର ଏଭଳି କାର୍ଯ୍ୟ ଦ୍ୱାରା ଶେୟାର କରାଯାଇଥିବା ‘ଏକ୍‌ଜିଟ ଦି ଡ୍ରାଗନ’ ଶୀର୍ଷକ ପୋଷ୍ଟକୁ ଫଲୋଅର ଦେଖିବାକୁ ସକ୍ଷମ ହୋଇ ନ ଥିଲେ। ଟୁଇଟରର ଏଭଳି ବ୍ୟବହାର ନେଇ ଅମୁଲ ମର୍ମାହତ ବୋଲି ଅନ୍ୟ ଏକ ପୋଷ୍ଟରେ ପ୍ରକାଶ କରିଛି।
କାହିଁକି ଆକାଉଣ୍ଟ ହଟାଗଲା ବୋଲି ଅମୁଲ ଟୁଇଟରର ଉତ୍ତର ଲୋଡ଼ିଥିଲା। ଟୁଇଟର ପକ୍ଷରୁ କୁହାଯାଇଛି ଯେ, ଚାଇନା ବିରୋଧୀ ପୋଷ୍ଟକୁ ନେଇ ଏଭଳି କରାଯାଇ ନାହିଁ। ଆକାଉଣ୍ଟର ସୁରକ୍ଷା ଏବଂ ନିରାପତ୍ତାକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ, ଅମୁଲ ବିଭିନ୍ନ ପ୍ରସଙ୍ଗ ଉପରେ ଏଭଳି କଳାତ୍ମକ ଢଙ୍ଗରେ ଟପିକାଲ ପ୍ରସ୍ତୁତ କରିଆସୁଛି। ଲୋକଙ୍କ ଜୀବନ ଉପରେ ପ୍ରଭାବ ରହିଥିବା ପ୍ରସଙ୍ଗଗୁଡିକ ସାଧାରଣତଃ ଏଥିରେ ସ୍ଥାନିତ ହୋଇଥାଏ। ବିଗତ ଦିନଗୁଡ଼ିକରେ ରାଷ୍ଟ୍ରପତି ଓ ସାଧାରଣ ନିର୍ବାଚନ, ବ୍ରେକ୍‌ଜିଟ, କୋଭିଡ୍‌-୧୯ ମୁକାବିଲା ଲାଗି ଲକ୍‌ଡାଉନ, ରାମାୟଣ, ମହାଭାରତ ସହ ଜରୁରିକାଳୀନ ପରିସ୍ଥିତିର ଥିମ୍‌କୁ ନେଇ ମଧ୍ୟ ଅମୁଲ ଏପରି ପୋଷ୍ଟ କରିଥିଲା। ଏଗୁଡିକ ନିରପେକ୍ଷ ଢଙ୍ଗରେ କରାଯାଇଥାଏ। ଲୋକଙ୍କୁ ପ୍ରଭାବିତ କରିବା କିମ୍ବା କୌଣସି ସ୍ବାର୍ଥ ରଖି ଏହା କରାଯାଏ ନାହିଁ ବୋଲି ଅମୁଲ ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଲୋଇସିଂହାର ଭବ୍ୟ ସାଗତ ସମ୍ବର୍ଦ୍ଧନା

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri