Categories: ଖେଳ

ଚହଲଙ୍କ ଶର୍ଟଲେସ୍‌ ଫଟୋ ଶେୟାର କରି ଏମିତି କହିଲେ ରୋହିତ ଶର୍ମା

ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିବା ପରେ ଟିମ୍‌ ଇଣ୍ଡିଆରେ ଏବେ ବର୍ଷର ପ୍ରଥମ ବିଦେଶ ଗସ୍ତକୁ ସଫଳ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତ କରିଛି। ଦଳର ପ୍ରାୟ ଖେଲାଳି ମଜାକିଆ ମୁଡ୍‌ରେ ସୋସିଆଲ ମିଡିଆରେ ଫଟୋ ଛାଡୁଥିବାର ଦେଖାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷରେ ୨୯ତମ ଶତକ ହାସଲ କରିଥିବା ରୋହିତ ଶର୍ମା ସାଥୀ ଖେଲାଳି ୟୁଜବେନ୍ଦ୍ର ଚହଲଙ୍କୁ ଟ୍ରୋଲ୍‌ କରିଥିବା ଦେଖାଯାଇଛି। ସେ ଚହଲଙ୍କ ଶର୍ଟଲେସ୍‌ ଫଟୋ ଶେୟାର କରି ତାଙ୍କୁ ପ୍ରସିଦ୍ଧ ରେସ୍‌ଲର୍‌ ତଥା ଅଭିନେତା ଡ୍ବେନ୍‌ ଜନସନ୍‌(ଦ ରକ୍‌)ଙ୍କ ସହ ତୁଳନା କରିଛନ୍ତି। ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍‌ ଜିତିଲା କିନ୍ତୁ ଜଣେ ଖେଳାଳି(ଚହଲ)ଆଜି ମୁଖ୍ୟ ଖବରରେ ଅଛନ୍ତି ବୋଲି ରୋହିତ କହିଛନ୍ତି। ଏପରିକି ଚହଲଙ୍କ ମସଲ୍ସକୁ ନେଇ ମଧ୍ୟ ତାଙ୍କୁ ଟ୍ରୋଲ କରିଛନ୍ତି। ସୂଚନାଯୋଗ୍ୟ, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜାନୁୟାରୀ ୨୪ରୁ ୫ଟି ଟି-୨୦, ୩ଟି ଏକଦିବସୀୟ ଏବଂ ୨ଟି ଟେଷ୍ଟ ଖେଳାଯିବ।

Share