Categories: ଖେଳ

ଚଳିତ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟ ଖେଳିପାରନ୍ତି ପୃଥ୍ବୀ ଶ’

ଲଣ୍ଡନ,୮।୧୧-ଡୋପ୍‌ ନିୟମ ଭଙ୍ଗ କରିବାରୁ ବାସନ୍ଦ ଥିବା ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ସମ୍ଭବଃ ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ପଡ଼ିଆକୁ ଫେରିବେ। ମୁମ୍ବାଇର ଆଡ ହକ୍‌ ଚୟନ କମିଟି ମୁଖ୍ୟ ମିଲିନ୍ଦ ରେଗେ ପୃଥ୍ବୀଙ୍କ ଚୟନ ସମ୍ପର୍କରେ ଆଲୋଚନା କରାଯିବ ବୋଲି କହିଛନ୍ତି। ତାଙ୍କ ଉପରେ ଲାଗିଥିବା ବାସନ୍ଦାଦେଶ ଚଳିତ ମାସ ୧୬ ତାରିଖରେ ଶେଷ ହେବ। ପରେ ତାଙ୍କୁ ଚୟନ କରିବାକୁ ଗୁରୁତ୍ୱ ଦିଆଯିବ। ତାଙ୍କ ଫେରିବା ନେଇ ମୁଁ ସ୍ପଷ୍ଟିକରଣ ଦେଇପାରିବି ନାହିଁ। କିନ୍ତୁ ଆମେ ଆଲୋଚନା କରିବୁ ବୋଲି ସେ କହିଛନ୍ତି। ରେଗେଙ୍କ ନେତୃତ୍ୱଧୀନ ଚୟନ କମିଟି ମୁମ୍ବାଇର ପ୍ରଥମ ୩ଟି ମ୍ୟାଚ୍‌ ଲାଗି ଦଳ ଘୋଷଣା କରିଛି। କାରଣ ଶ୍ରେୟାସ ଆୟାର, ଶିବମ ଦୁବେ ଓ ଶାର୍ଦୁଳ ଠାକୁରଙ୍କ ଭଳି ଖେଳାଳି ଏବେ ଜାତୀୟ ଦଳ ପାଇଁ ଖେଳୁଛନ୍ତି। ଶ’ ଯୋଗ୍ୟ ହେବା ପୂର୍ବରୁ ମୁମ୍ବାଇ ୭ରୁ ୬ଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳି ସାରିଥିବ। ଉଲ୍ଲେଖଥାଉ କି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷ ଜୁଲାଇରେ ଶ’ଙ୍କୁ ବାସନ୍ଦ କରିଥିଲା। ସେ ଅଜାଣତରେ କଫ୍‌ ସିରପ ଅତ୍ୟଧିକ ମାତ୍ରରେ ଗ୍ରହଣ କରିଥିଲେ, ଯଦ୍ଦ୍ବାରା ତାଙ୍କ ମୁତ୍ର ନମୁନାରେ ନିଷିଦ୍ଧ ଔଷଧ ଟର୍ବୁଟାଲାଇନ ମିଳିଥିଲା। ଏହି ଟେଷ୍ଟ ଗତ ବର୍ଷ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟବେଳେ ଇନ୍ଦୋରେଠାରେ କରାଯାଇଥିଲା।

Share