Categories: ଜାତୀୟ

ଚଳିତ ବର୍ଷ ହେବ ଉତ୍ତପ୍ତ ବର୍ଷ !

ନୂଆଦିଲ୍ଲୀ,୨୮।୨: ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପୃଥିବୀର ତାପମାତ୍ରା ବଢୁଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଭାରତର ଅଧିକାଂଶ ସହର ଉତ୍ତପ୍ତ ସହର ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହି ୩ ମାସ ମଧ୍ୟରେ ଉତ୍ତର ଭାରତ, ପଶ୍ଚିମ ଓ ମଧ୍ୟ ଭାରତରେ ତାପମାତ୍ରା ପାଖାପାଖି ଏକ ଡିଗ୍ରୀ ବୃଦ୍ଧି ପାଇବ। ଉତ୍ତରାଖଣ୍ଡ, ହୀମାଚଳ ପ୍ରଦେଶ, ପଶ୍ଚିମ ରାଜସ୍ଥାନ ଓ ଅରୁଣାଚଳ ପ୍ରଦେଶରେ ସର୍ବୋଚ୍ଚ ତାପମାତ୍ରାରେ ଏକ ଡିଗ୍ରୀ ବୃଦ୍ଧି ଘଟିପାରେ ବୋଲି ଆକଳନ କରାଯାଇଛି। ସେହିପରି ସର୍ବନିମ୍ନ ତାପମାତ୍ରାରେ ଏକ ଡିଗ୍ରୀ ବୃଦ୍ଧି ଘଟିବ ବୋଲି କୁହାଯାଇଥିବାରୁ ଦିନ ସହ ରାତିରେ ମଧ୍ୟ ଗରମ ଅନୁଭୂତ ହେବ। ମଧ୍ୟ ପ୍ରଦେଶ, ଗୁଜରାଟ, ପଶ୍ଚିମବଙ୍ଗ, ଓଡ଼ିଶା, କେରଳରେ ମଧ୍ୟ ସର୍ବୋଚ୍ଚ ତାପମାତ୍ରାରେ ଏକ ଡିଗ୍ରୀ ବୃଦ୍ଧି ଘଟିବା ଅନୁମାନ କରାଯାଇଛି। ଏପ୍ରିଲ ସୁଦ୍ଧା ମୌସୁମୀ ଆସିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହାସହ ଏଥିର ପ୍ରଶାନ୍ତ ମହାସାଗରରେ ଏଲନିନୋ ଦେଖା ଯିବ ନାହିଁ ବୋଲି ପୂର୍ବାନୁମାନ କରାଯାଇଛି।

Share