ଚଳିତ ବର୍ଷ ଶେଷସୁଦ୍ଧା ଭାରତକୁ ଆସିବ କରୋନା ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’ !

ନୂଆଦିଲ୍ଲୀ,୬।୪: ଦିନକୁ ଦିନ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’ ଚଳିତ ବର୍ଷ ଶେଷସୁଦ୍ଧା ଭାରତକୁ ଆସିବାର ସମ୍ଭାବନା ରହିଛି। ଏହା ଦ୍ୱାରା କରୋନା ସହିତ ଫ୍ଲୁ ମଧ୍ୟ ଭଲହେବ। ହାଇଦ୍ରାବାଦ୍‌ର ଭାରତ ବାୟୋଟିକ୍‌ କମ୍ପାନୀ ଏହା ପ୍ରସ୍ତୁତ କରିଥିବାବେଳେ ଆମେରିକାରେ ପ୍ରାଣୀଙ୍କ ଉପରେ ଏହାର ପ୍ରୟୋଗ ଜାରି ରହିିଛି। ଆସନ୍ତା ୩ ମାସ ପରେ ମଣିଷଙ୍କଠାରେ ଏହାର ପ୍ରୟୋଗ କରାଯିବ ବୋଲି କୁହାଯାଉଛି। ଏଥିରେ ସଫଳତା ମିଳିଲେ ଏହାର ବ୍ୟବହାର କରାଯିବ। ଏହି ଟୀକାକୁ ନାଜାଲ୍‌ ଡ୍ରପ୍‌ ଭାବେ ବ୍ୟବହୃତ କରାଯିବ ବୋଲି କୁହାଯାଉଛି। ନାକରେ ଏକ ବୁନ୍ଦା ‘କୋରୋଫ୍ଲୁ’ ଟୀକା ପକାଇଲେ କରୋନା ସହିତ ଫ୍ଲୁକୁ ମଧ୍ୟ ଏହା ପ୍ରତିରୋଧ କରିବାକୁ ସକ୍ଷମ ହେବ। କରୋନା ସଂକ୍ରମଣ ନାକ ଦ୍ୱାରା ହେଉଥିବାରୁ ଟୀକାକୁ ନାକରେ ପକାଯିବ ବୋଲି ବିଶେଷଜ୍ଞ କହୁଛନ୍ତି। ପ୍ରତିବର୍ଷ ୩୦ କୋଟି ଡୋଜ୍‌ ପ୍ରସ୍ତୁତ କରାଯିବ ବୋଲି ଭାରତ ବାୟୋଟିକ୍‌ କମ୍ପାନୀର ସିଏମ୍‌ଡି ଡ. କୃଷ୍ଣା ଏଲା ସୂଚନା ଦେଇଛନ୍ତି।

Share