ଚଳିତବର୍ଷ ଧାନ ସଂଗ୍ରହ ବଢ଼ିଛି

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟକୁ ଭଲ ବର୍ଷା ଦେଇଛି। ରାଜ୍ୟର ମୁଖ୍ୟ ଫସଲ ଧାନ ଉତ୍ପାଦନ ବୃଦ୍ଧି ପାଇଛି। ଖରିଫ ଋତୁରେ ରାଜ୍ୟ ସରକାର ଗତବର୍ଷ ତୁଳନାରେ ୨୮ ପ୍ରତିଶତ ଧାନ ଅଧିକ ସଂଗ୍ରହ କରିଛନ୍ତି । ରାଜ୍ୟ ସରକାର ଡିସେମ୍ବର ୭ ତାରିଖ ସୁଦ୍ଧା ଚାଷୀଙ୍କ ଠାରୁ ୩୯ ଲକ୍ଷ ୬୮ ହଜାର ୪୬୫ କୁଇଣ୍ଟାଲ ଧାନ ସଂଗ୍ରହ କରି ସାରିଛନ୍ତି । ଏହି ସମୟ ସୁଦ୍ଧା ୨୦୧୮ରେ ୩୦ ଲକ୍ଷ ୮୯ ହଜାର ୯୦୮ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ମଣ୍ଡିରୁ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ୨୮ ପ୍ରତିଶତ ଧାନ ସଂଗ୍ରହ ହୋଇଛି। ଧାନ ସଂଗ୍ରହରେ ସ୍ବଚ୍ଛତା ରକ୍ଷା କରାଯାଇଛି। ଚାଷୀମାନଙ୍କୁ ଅନ୍‌ଲାଇନ ପଞ୍ଜୀକୃତ କରିବା ସହ ପି-ପାସ ବ୍ୟବସ୍ଥା ଓ ଆଗୁଆ ଟୋକନ ଦେବା ବ୍ୟବସ୍ଥା ଯୋଗୁ ଧାନ କ୍ରୟରେ ବୃଦ୍ଧି ଘଟିଛି ବୋଲି ସୋମବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଗତ ୭ ତାରିଖ ସୁଦ୍ଧା ୧୮ଟି ଜିଲାର ୧ ହଜାର ୧୧୮ଟି ମଣ୍ଡିରେ ୨ଲକ୍ଷ ୪୩ ହଜାର ୨୧୯ ଜଣ ଚାଷୀଙ୍କୁ ଆଗୁଆ ୨ ଲକ୍ଷ ୪୯ ହଜାର ୯୩୨ ଟି ଟୋକନ ପ୍ରଦାନ କରାଯାଇଛି। ଚଳିତ ଖରିଫ ଋତୁରେ ବରଗଡ଼ ଜିଲାରୁ ସର୍ବାଧିକ ୨୬ ହଜାର ୬୦୮ ଜଣ ଚାଷୀଙ୍କଠାରୁ ୧୮ ଲକ୍ଷ ୩୪ ହଜାର ୨୧୪ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିବାବେଳେ ବଲାଙ୍ଗୀର ଜିଲାର ୩ ହଜାର ୯୫୯ ଜଣ ଚାଷୀଙ୍କଠାରୁ ୨ ଲକ୍ଷ ୮୩ ହଜାର ୩୫୯ କୁଇଣ୍ଟାଲ, ବୌଦ୍ଧ ଜିଲାର ୨୮୬ ଚାଷୀଙ୍କ ଠାରୁ ୧୪ ହଜାର ୭୮୯ କୁଇଣ୍ଟାଲ, କଳାହାଣ୍ଡି ଜିଲାର ୭ ହଜାର ୨୭୫ ଜଣ ଚାଷୀଙ୍କ ମଧ୍ୟରୁ ୪ ଲକ୍ଷ ୯୬ ହଜାର ୭୧୮ କୁଇଣ୍ଟାଲ, କୋରାପୁଟ ଜିଲାର ୧ ହଜାର ୮୩୯ ଜଣ ଚାଷୀଙ୍କ ଠାରୁ ୧ ଲକ୍ଷ ୨୬ ହଜାର ୬୪୧ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ସେହିପରି ମାଲକାନଗିରି ଜିଲାର ୪ ହଜାର ୭୧୨ ଜଣ ଚାଷୀଙ୍କଠାରୁ ୧ ଲକ୍ଷ ୮୩ ହଜାର ୨୩୩ କୁଇଣ୍ଟାଲ, ନବରଙ୍ଗପୁର ଜିଲାର ୧ ହଜାର ୨୧୧ ଜଣ ଚାଷୀଙ୍କଠାରୁ ୭୮ ହଜାର ୪୦୨ କୁଇଣ୍ଟାଲ, ନୂଆପଡ଼ା ଜିଲାର ୨ହଜାର ୯୮୧ ଜଣ ଚାଷୀଙ୍କଠାରୁ ୧ ଲକ୍ଷ ୨୮ ହଜାର ୯୮୬ କୁଇଣ୍ଟାଲ, ସମ୍ବଲପୁର ଜିଲାର ୪ହଜାର ୭୬୬ ଜଣଙ୍କ ଠାରୁ ୪ ଲକ୍ଷ ୨୮ ହଜାର ୯୪୮ କୁଇଣ୍ଟାଲ ଏବଂ ସୁବର୍ଣ୍ଣପୁର ଜିଲାର ୪ ହଜାର ୩୧୮ ଚାଷୀଙ୍କଠାରୁ ୩ ଲକ୍ଷ ୬୭ ହଜାର ୭୫୫ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ସେହିପରି ଧାନ କିଣା ବାବଦକୁ ରାଜ୍ୟ ସରକାର ୫୨ ହଜାର ୯୨୬ ଚାଷୀଙ୍କୁ ୫୮ କୋଟି ୩୭ ଲକ୍ଷ ୫୦ ହଜାର ୮୪୮ କୋଟି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri