ଚଳଚ୍ଚିତ୍ର ପୋଷ୍ଟରକୁ ନେଇ ବିବାଦରେ ପପୁ ପମ୍‌ପମ୍‌

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ପୁଣି ଥରେ ବିବାଦକୁ ଟାଣିହୋଇ ଆସିଛନ୍ତି। ଏଥର ସେ ନିଜର ଆଗାମୀ ଚଳଚ୍ଚିତ୍ର ପୋଷ୍ଟରକୁ ନେଇ ବିବାଦରେ ପଡ଼ିଛନ୍ତି। ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିବାକୁ ଯାଉଥିବା ପପୁଙ୍କର ଆଗାମୀ ସିନେମା ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଏହି ବିବାଦ ଜୋର୍‌ ଧରିଛି। ପୋଷ୍ଟରଟିରେ ପପୁ ୭ଜଣ ଝିଅଙ୍କ ସହ ଅଛନ୍ତି। ଉକ୍ତ ୭ ଝିଅଙ୍କ ବେକରେ ଲାଗିଥିବା ଦଉଡିକୁ ପପୁ ଧରିଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟରଟି ରିଲିଜ୍‌ ହେବା ପରେ ପପୁଙ୍କ ଏହି ଅବତାରକୁ ଦର୍ଶକ ପ୍ରଶଂସା କରିବା ପରିବର୍ତ୍ତେ କଡ଼ା ସମାଲୋଚନା କରୁଛନ୍ତି । ଖାଲି ସମାଲୋଚନା ନୁହେଁ ସୋସିଆଲ ମିଡିଆରେ ଭଉୟ ପପୁ ଏବଂ ପ୍ରଯୋଜନା ସଂସ୍ଥାକୁ ବି ବିରୋଧ କରୁଛନ୍ତି।