Posted inଖେଳ

ଚଳଚଞ୍ଚଳ ମଇଦାନ: ଅଭ୍ୟାସକୁ ଓହ୍ଲାଇଲେ ଖେଳାଳି

କଟକ ଅଫିସ,୨୪ା୫:ମଇଦାନକୁ ଓହ୍ଲାଇବା ଆରମ୍ଭ କରିଛନ୍ତି କ୍ରୀଡ଼ାବିତ। ପୁଣି ଥରେ ପଡ଼ିଆ ଗୁଡ଼ିକରେ ଗହଳଚହଳ ଦେଖିବାକୁ ମିଳିଛି। ସକାଳେ ଓ ଅପରାହ୍ନରେ ନେଟ୍ସ ବନ୍ଧା ଯାଉଛି ୱାର୍ମଅପ କରିବା ସହିତ ଘଣ୍ଟାଘଣ୍ଟା ଧରି ଅଭ୍ୟାସ କରୁଛନ୍ତି ରାଜ୍ୟର ପ୍ରତିଭାବାନ କ୍ରିକେଟ ଖେଳାଳିମାନେ। ପ୍ରାୟ ଦୁଇମାସର ବ୍ୟବଧାନପରେ ଚଳଚଞ୍ଚଳ ହୋଇ ଉଠିଛି କ୍ରୀଡ଼ା ଜଗତ ଓ କ୍ରୀଡ଼ାବିତ। ଲକ୍‌ଡାଉନର ୪ର୍ଥ ପର୍ଯ୍ୟାୟ ଜାରି ରହିଥିଲେ ସୁଦ୍ଧା କଟକଣା କୋହଳ ରହିଛି। ଖେଳାଳିମାନେ ଫିଟନେସକୁ ଗୁରୁତ୍ୱ ଦେବା ସହିତ ନିଜ ଟାର୍ଗେଟ ପୂରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ଓ ସାନିଟାଇଜେଶନ୍‌ ପ୍ରକ୍ରିୟାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି କୁହାଯାଇଛି।

ଉତ୍ସାହ ବଢ଼ିଛି
ଦୀର୍ଘଦିନ ଧରି ଖେଳ ପଡ଼ିଆ ଠାରୁ ଦୂରେଇ ରହିବା ପରେ ଏବେ ଖେଳାଳିମାନଙ୍କ ଭିତରେ ଉତ୍ସାହ ବହୁଗୁଣିତ ହୋଇଛି ବୋଲି କହିଛନ୍ତି ରାଜ୍ୟର ପୂର୍ବତନ ତାରକା ପେସ୍‌ ବୋଲର ତଥା ରାମେଶ୍ୱର ସ୍ପୋର୍ଟିଂର ପ୍ରଶିକ୍ଷକ ଦୀପକ ମଙ୍ଗରାଜ। ଭୁବନେଶ୍ୱର ଓଲ୍ଡ ଟାଉନ୍‌ଠାରେ ରହିଛି କ୍ଲବର ଖେଳ ପଡ଼ିଆ। କ୍ଲବ ଅଧୀନରେ ରାଜ୍ୟର ଅନେକ ନାମୀଦାମୀ ଖେଳାଳି ରହିଛନ୍ତି। ଜୁନିୟର ବର୍ଗର ଖେଳାଳିଙ୍କୁ ଅଧିକ ଅଭ୍ୟାସ କରିବାକୁ ଦିଆଯାଉଛି ବୋଲି ସେ କହିଥିଲେ।

ଟିମ୍‌ ମେଟ୍‌ଙ୍କୁ ଭେଟିବାକୁ ଇଚ୍ଛା
ଲକ୍‌ଡାଉନ୍‌ ସମୟରେ ଅନଲାଇନ ଟ୍ରେନିଂ ଜରିଆରେ ଫିଟନେସ ବଜାୟ ରଖିବା ପାଇଁ ଚେଷ୍ଟା କରିଥିଲି । ଏବେ ଧୀରେଧୀରେ ଅଭ୍ୟାସ ଆରମ୍ଭ କରୁଛି। ସକାଳୁ ଉଠି ଜଗିଂ କରୁଛି। ପୁନର୍ବାର ବଲ ଓ ବ୍ୟାଟ ସହିତ ସମୟ ବିତାଇବା ଆରମ୍ଭ କଲିଣି। ଅଭ୍ୟାସ ଠାରୁ ଦୂରେଇ ରହିବା ମୋ ପାଇଁ ମୁସ୍କିଲ ବୋଲି କହିଛନ୍ତି ରାଜ୍ୟ ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି। ଟିମମେଟ୍‌ଙ୍କୁ ଗୋଟିଏ ଗ୍ରାଉଣ୍ଡରେ ଭେଟିବାକୁ ଅପେକ୍ଷା କରିଛି ବୋଲି ସେ କହିଥିଲେ।

ଏକାଡେମୀ ଖୋଲିବାକୁ ଅପେକ୍ଷା
ଅନେକ ଦିନ ଘରେ ରହିବା ପରେ ସାମାନ୍ୟ ଓଜନ ବୃଦ୍ଧି ପାଇଛି ବୋଲି ମୋର ଆଶଙ୍କା। ନିୟମିତ ଶାରୀରିକ ଅଭ୍ୟାସ କରୁଛି। ତଥାପି ଗ୍ରାଉଣ୍ଡରେ ଯେଉଁ ପରିଶ୍ରମ ହେଉଥିଲା, ତାହା ଏଯାଏଁ ହୋଇନାହିଁ। ଓଜନ ହ୍ରାସ କରିବା ପ୍ରତି ବିଶେଷ ନଜର ଦେଉଛି ବୋଲି ତାରକା ଖେଳାଳି ବିପ୍ଳବ ସାମନ୍ତରାୟ କହିଛନ୍ତି। ବାରବାଟୀ ଷ୍ଟାଡିୟମ ପରିସରରେ ଥିବା କ୍ରିକେଟ ଏକାଡେମୀରେ ଅଭ୍ୟାସ କରେ। କ୍ରିକେଟ ଏକାଡେମୀ ଚାଲୁ ହେବାକୁ ଅପେକ୍ଷା ରହିଛି।

ପିଚ୍‌ ଖରାପ, ନେଟ୍ସରେ ଅଭ୍ୟାସ ଚାଲିଛି
ଏବେ ନେଟ୍ସରେ ଅଧିକରୁ ଅଧିକ ସମୟ ଅଭ୍ୟାସ କରୁଛି। ଦୁଇ ଦିନ ହେବ ଗ୍ରାଉଣ୍ଡକୁ ଆସିବା ଆରମ୍ଭ କଲି। ପିଚ୍‌ ଖରାପ ହୋଇ ଯାଇଛି। ନେଟ୍ସ ଅଞ୍ଚଳର ପିଚ ମଧ୍ୟ ଭଲ ଅବସ୍ଥାରେ ନାହିଁ। ପିଚ୍‌ ମରାମତି ଆରମ୍ଭ ହୋଇସାରିଲାଣି ବୋଲି ନିମପୁର ଗ୍ରାଉଣ୍ଡରେ ଅଭ୍ୟାସ କରୁଥିବା ରାଜ୍ୟର ଯୁବ ତାରକା ଖେଳାଳି ରାଜେଶ ଧୂପର କହିଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ନିଜ ଖେଳପଡ଼ିଆରେ ଅଭ୍ୟାସ କରିବାର ଆନନ୍ଦ ନିଆରା ବୋଲି ରାଜେଶ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri