ଚର୍ମରୋଗ ବିଶେଷଜ୍ଞ ୫ ଦିନ ହେଲା ଛୁଟିରେ ରୋଗୀ ସେବା ବାଧାପ୍ରାପ୍ତ

କେନ୍ଦୁଝର, ୨୦ା୫(ସ୍ବ.ପ୍ର.)-ଦୀର୍ଘ ପ୍ରାୟ ୫ ଦିନ ହେଲା ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଛୁଟିରେ ଅଛନ୍ତି। ଫଳରେ ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଏଠାକୁ ଦୈନିକ ବହୁ ସଂଖ୍ୟାରେ ରୋଗୀ ଆସୁଛନ୍ତି। କିନ୍ତୁ ଡାକ୍ତରଙ୍କ ଚାମ୍ବର ରେ ଡାକ୍ତର ଛୁଟିରେ ଥିବା ନୋଟିସ ଦେଖି ନିରାଶ ହୋଇ ଫେରୁଛନ୍ତି ା ତେବେ ଏନେଇ ଖୋଳତାଡ଼ କଲାବେଳେ ଜଣାପଡିଲା ଯେ ଡାକ୍ତର ଅସନ୍ତୁଷ୍ଟ ହୋଇ ଛୁଟିରେ ଯାଇଛନ୍ତି। ମୃତଦେହ ବ୍ୟବଛେଦ କାର୍ଯ୍ୟ କରିବାକୁ ଅନିଛା ପ୍ରକାଶ କରୁଥିବା ଜଣେ ଡାକ୍ତରଙ୍କୁ ଏହି କାମ ଡାକ୍ତରଖାନା ପକ୍ଷରୁ ଦିଆଯାଉଥିବାରୁ ସେ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ ହେଁ କେହି ନ ଶୁଣିବାରୁ ବାଧ୍ୟ ହୋଇ ସେ ଛୁଟିରେ ପଳାଇଥିବା ଜଣାପଡିଛି ା ଏହି କାମ କରିବା ପାଇଁ ତାଙ୍କୁ ଭଲ ଲାଗେନାହିଁ ଓ ସେ ଅସୁସ୍ଥ ମନେ କରନ୍ତି। ଅନ୍ୟପକ୍ଷରେ ଏନେଇ ସିଡିଏମଓ ଡାକ୍ତର ଚୌଧୁରୀ ସ୍ବରୁପ ମିଶ୍ର କହିଛନ୍ତି ଯେ ସମସ୍ତେ ଶବ ବ୍ୟବଚ୍ଛେଦ କରୁଛନ୍ତି। ଏଣୁ ତାଙ୍କୁ କୁହାଯାଉଛି ା ତାଙ୍କୁ ଦିଆ ନ ଗଲେ ଅନ୍ୟ ମାନେ ମଧ୍ୟ ଶବ ବ୍ୟବଛେଦ କରିବାକୁ ମନା କରିବେ ା ଏଣୁ ମେଡିକାଲରେ ସୁପରିଚାଳନା ପାଇଁ ସମସ୍ତ ଡାକ୍ତରଙ୍କୁ ବିଭିନ୍ନ ପ୍ରକାରର କାର୍ଯ୍ୟ ଦିଆଯାଉଛି ା ତେବେ ଯାହା ହେଉନା କାହିଁକି ଏଭଳି ଡାକ୍ତରଖାନାରେ ଡାକ୍ତର ଙ୍କ ମଧ୍ୟରେ ଅସନ୍ତୋଷ ସାଧାରଣ ରୋଗୀଙ୍କ ପାଇଁ ସମସ୍ୟ ସୃଷ୍ଟି କରୁଥିବାରୁ ତୁରନ୍ତ ହସ୍ତକ୍ଷେପ କରି ସମାଧାନ କରିବାକୁ ଦାବି ହେଉଛି।