ଚର୍ବି ହ୍ରାସ କରେ ଭଜା ଚଣା

ଭଜା ଚଣା ତ ଅନେକଥର ଖାଇଥିବେ। ତେବେ ଏହା ଯେ କେବଳ ପାଟିକୁ ସୁଆଦିଆ ତାହା ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭକାରୀ। ଏଥିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, କ୍ୟାଲସିୟମ୍‌, ଆଇରନ୍‌ ଏବଂ ଭିଟାମିନ୍‌ ଭରପୂର୍‌ ମାତ୍ରାରେ ରହିଥାଏ। ପ୍ରତିଦିନ ଜଳଖିଆ କିମ୍ବା ଦ୍ୱିପ୍ରହର ଖାଦ୍ୟ ଗ୍ରହଣ ପୂର୍ବରୁ ୫୦ଗ୍ରାମ୍‌ ଭଜା ଚଣା ସେବନ କରିବା ଦ୍ୱାରା ଶରୀରର ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ। ପରିବାରରେ ଯଦି କାହାରି ମେଦବୃଦ୍ଧି ହେଉଥାଏ, ତେବେ ପ୍ରତିଦିନ ସକାଳ ଓ ସନ୍୍ଯଯାରେ ଏହାକୁ ଖାଲି ପେଟରେ ସେବନ କଲେ ଅତିରିକ୍ତ ଚର୍ବି ହ୍ରାସ ହୋଇଥାଏ। କେବଳ ସେତିକି ନୁହେଁ, ମୂତ୍ରାଶୟ ସଂକ୍ରମଣ ସମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ ତା’ମଧ୍ୟ ଭଲ ହୋଇଥାଏ। ସବୁଠୁ ବଡ଼ କଥା, କ୍ଷୀର ସହ ଏହାକୁ ମିଶାଇ ସେବନ କଲେ ନପୁଂସକତା ଦୂର ହୋଇଥାଏ। ପେଟ ସମ୍ବନ୍ଧୀୟ ସମସ୍ୟା କିମ୍ବା ବାରମ୍ବାର ଗ୍ୟାସ୍‌ ହେଉଥିଲେ ମଧ୍ୟ ଏହାର ସେବନ ଯନ୍ତ୍ରଣାରୁ ଆରାମ ଦେଇଥାଏ।