ଚର୍ଚ୍ଚା: ମା’ ହେବାକୁ ଯାଉଛନ୍ତି ପ୍ରିୟଙ୍କା !

ମୁମ୍ବାଇ: ଜଣେ ବଲିଉଡ୍‌ କଳାକାର ଭାବେ ହଲିଉଡ୍‌ରେ ବେଶ୍‌ ନା କମାଇଛନ୍ତି ପ୍ରିୟଙ୍କା ଚୋପ୍ରା। ପିସିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚା ହେଉଥିବା ବେଳେ ଏବେ ଅନ୍ୟ ଏକ କଥା ଶୁଣିବାକୁ ମିଳୁଛି। ପ୍ରିୟଙ୍କା ମା’ ହେବାକୁ ଯାଉଥିବା କୁହାଯାଉଛି। ତେବେ ଏହା କେତେ ସତ କେତେ ମିଛ ତାହା ଆଗାମି ଦିନରେ ଜଣାପଡ଼ିବ।
ଏଭଳି ଚର୍ଚ୍ଚା ହେବା ପଛରେ କିନ୍ତୁ ବଳିଷ୍ଠ କାରଣ ରହିଛି। କାନ୍ସ ଫିଲ୍ମ ଉତ୍ସବରେ ଯୋଗ ଦେଇଛନ୍ତି ପିସି। ଗୁରୁବାର ସେଠାରେ ସେ ପହଞ୍ଚିଥିଲେ। ସେ ପିନ୍ଧିଥିବା ପୋଷାକରୁ ଏଭଳି କିଛି ଅନୁମାନ କରାଯାଉଛି। ଫଟୋଗୁଡ଼ିକ ଭାଇରାଲ ହେବା ପରେ ଅନେକ ଏ ନେଇ ତାଙ୍କୁ ପ୍ରଶ୍ନ କରୁଥିଲେ। ମାତ୍ର ତାଙ୍କର ଜଣେ ଆମେରିକୀୟ କଳାକାର ବନ୍ଧୁ ଅକ୍ଟାଭିଆ ସ୍ପେଶର୍‌ ‘ହଟ୍‌ ମାମା’ ବୋଲି କମେଣ୍ଟ ଦେବା ପରେ ଏହା ହୋଇଥାଇପାରେ ବୋଲି ଆଲୋଚନା ହେଉଛି।
ବିବାହ ପରେ ପିସି ଓ ସ୍ବାମୀ ତଥା ଗାୟକ ନିକ୍‌ଙ୍କୁ ନେଇ ସବୁବେଳେ ସୋସିଆଲ ମିଡିଆରେ ଗସିପ୍‌। ବିଗତ ଦିନରେ ଉଭୟ ଛୋଟ ଛୁଆଙ୍କୁ ପସନ୍ଦ କରୁଥିବା କହିଛନ୍ତି। ଏପରିସ୍ଥଳେ ବିବାହ ପରେ ଦୁହେଁ ମା’ବାପା ହେବାକୁ ଚିନ୍ତା କରିଥିବା କୁହାଯାଉଛି।

Share