ଚର୍ଚ୍ଚାରେ ମଲାଇକାଙ୍କ ଫଟୋ ଶୁଟ୍‌

ମୁମ୍ବାଇ: ବଲିଉଡ୍‌ ସେକ୍ସି କୁଇନ୍‌ ମଲାଇକା ଆରୋରା ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ବଲିଉଡ୍‌ର ଏହି ଫିଟ୍‌ ନାୟିକା ଏଥର ତାଙ୍କ ଫଟୋଶୁଟ୍‌କୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନିକଟରେ ମେଲବୋର୍ନରେ ଆୟୋଜିତ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ସେ ଏହି ଫଟୋ ଶୁଟ୍‌ କରିଥିବା ଜଣାପଡିଛି। କାରଣ ନିଜେ ମଲାଇକା ଏକ ସୁନ୍ଦର ଗାଉନ୍‌ ପିନ୍ଧା ଫଟୋ ସୋସିଆଲ ମିଡିଆରେ ଶେୟାର କରିବା ସହ ଏହା ମେଲବୋର୍ନର ଫିଲ୍ମ ଫେଷ୍ଟିଭାଲ ସମୟର ବୋଲି ଲେଖିଛନ୍ତି। ଏଥିପାଇଁ ସେ ଅଷ୍ଟ୍ରେଲିଆ ଡିଜାଇନର୍‌ ଜେସମ୍‌ ଗ୍ରୀଚଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ଉଭୟ ମଲାଇକା ଓ ଅର୍ଜୁନ କପୁର ଏବେ ମେଲବୋର୍ନ ଗସ୍ତରେ ଅଛନ୍ତି।

Share