ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ଫିଲ୍ମ ‘ବାଲା’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବାରେ ଲାଗିଛି। ଏହାର କାହାଣୀ ମୁଣ୍ଡରେ କେଶ ନ ଥିବା ଜଣେ ବ୍ୟକ୍ତି ଉପରେ ଆଧାରିତ। ପୁଣି ମୁଣ୍ଡରେ କେଶ ଉଠିବା ପାଇଁ କ’ଣ ସବୁ କରାଯାଉଛି ତାହା ଉପରେ ଫିଲ୍ମର କାହାଣୀ ଗତି କରୁଛି। ‘ବାଲା’ରେ ଆୟୁଷ୍ମାନ୍ଙ୍କ ଚରିତ୍ରର ନାମ ରହିଛି ବାଳମୁକୁନ୍ଦ। ଆୟୁଷ୍ମାନ୍ଙ୍କ ବ୍ୟତୀତ ଫିଲ୍ମରେ ଅନ୍ୟ ଯେଉଁ କଳାକାରଙ୍କ ଅଭିନୟକୁ ବେଶ୍ ପସନ୍ଦ କରାଯାଉଛି, ସେ ହେଲେ ଆୟୁଷ୍ମାନ୍ଙ୍କ ପିଲାଦିନ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାର ସଚିନ ଚୌଧୁରୀ।
ସଚିନଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ପୂର୍ବରୁ ସେ ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ଏବଂ ‘ଲିଟିଲ ଚ୍ୟାମ୍ପ୍ସ’ ମାଧ୍ୟମରେ ଦର୍ଶକଙ୍କ ସମ୍ମୁଖକୁ ଆସିସାରିଛନ୍ତି। ‘ଲିଟିଲ ଚ୍ୟାମ୍ପ୍ସ’ରେ ନିଜର ଅଭିନୟ ଦ୍ୱାରା ସଚିନ ଶୋ’ର ଜଜ୍ଙ୍କ ମନ ମୋହିଥିଲେ। ‘ବାଲା’ରେ ଆୟୁଷ୍ମାନ୍ଙ୍କ ବ୍ୟତୀତ ଭୂମି ପେଡନେକର, ୟାମି ଗୌତମ, ସୀମା ପାହଓ୍ବା ଏବଂ ସୌରଭ ଶୁକ୍ଳା ପ୍ରମୁଖ ଚରିତ୍ରରେ ରହିଛନ୍ତି।