ଚର୍ଚ୍ଚାରେ ପ୍ରିୟା ପ୍ରକାଶ

ମୁମ୍ବାଇ: ‘ଓ୍ବଙ୍କ୍‌ ଗର୍ଲ’ ପ୍ରିୟା ପ୍ରକାଶ ତାଙ୍କର ଆଖି ମାରିବା ଷ୍ଟାଇଲ୍‌ ଯୋଗୁ ରାତାରାତି ପ୍ରସିଦ୍ଧି ଲାଭ କରିଥିଲେ। ଏଥିସହିତ ପ୍ରିୟା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି। ଆଜିକାଲି ସେ ତାଙ୍କର ସୁନ୍ଦର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଯାହାକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରୁଛନ୍ତି।

ପ୍ରିୟା ତାଙ୍କ ଇନ୍‌ଷ୍ଟାଗ୍ରାମରେ କିଛି ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ବୋଲ୍ଡ ଦେଖାଯାଉଛନ୍ତି। ଫଟୋ ଶେୟାର କରି ପ୍ରିୟା କ୍ୟାପଶନ ଲେଖିଛନ୍ତି, ମୋ’ ବେଷ୍ଟ ଫ୍ରେଣ୍ଡ ଏହି ଫଟୋ ଉଠାଇଛନ୍ତି। ପ୍ରିୟା ଶେୟାର କରିଥିବା କିଛି ଫଟୋରେ ତାଙ୍କ ବନ୍ଧୁଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହି ବନ୍ଧୁ ଜଣକ କିଏ ବୋଲି ଚର୍ଚ୍ଚା ହେଉଛି।

Share