ଚର୍ଚ୍ଚାରେ ନବ୍ୟା ନଭେଲିଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲିଙ୍କ ପ୍ରେମ କାହାଣୀକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ନବ୍ୟା ଅନେକ ସମୟରେ ନିଜ ସାଙ୍ଗ ସାଥୀ ଓ ପରିବାର ଲୋକଙ୍କ ସହ ମିଶି ଉଠାଇଥିବା ଫଟୋକୁ ଅପଲୋଡ କରିଥାଆନ୍ତି। କିଛିଦିନ ତଳେ ଆଲୋଚନା ହେଉଥିଲା କି ନବ୍ୟା ଜଣେ ନାୟକଙ୍କୁ ଡେଟ୍‌ କରୁଛନ୍ତି। ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏହି ନାୟକ ଜଣକ ହେଉଛନ୍ତି ଜାଭେଦ ଜାଫରିଙ୍କ ପୁଅ ମିଜାନ। ଭିନ୍ନ ଭିନ୍ନ ସ୍ଥାନରେ ଏମାନଙ୍କୁ ସ୍ପଷ୍ଟ କରାଯିବ ପରେ ଉଭୟଙ୍କ ଭିତରେ ରିଲେସନ ଥିବା ଅନୁମାନ କରାଯାଇଛି। ନିକଟରେ ମୁମ୍ବାଇ ମିରରକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ମିଜାନ କହିଛନ୍ତି ନବ୍ୟା ମୋ ଉଉଣୀଙ୍କ ସାଙ୍ଗ ଆଉ ତାଙ୍କ ସହ ମୋର ଭଲ ସମ୍ପର୍କ। ହେଲେ ମୁଁ କାହା ସହ ରିଲେସନଶିପରେ ନାହିଁ। ମିଜାନ ଏବେ ବଲିଉଡରେ ସଞ୍ଜୟ ଲିଲା ଭଂସାଲିଙ୍କ ଫିଲ୍ମ ‘ମଲାଲ’ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନ୍ୟପଟେ ନବ୍ୟା ମଧ୍ୟ ବଲିଉଡରେ ଖୁବ୍‌ଶୀଘ୍ର ଡେବ୍ୟୁ କରିପାରନ୍ତି ବୋଲି ଶୁଣାଯାଉଛି।

Share