Posted inଖେଳ

ଚର୍ଚ୍ଚାରେ ଡ୍ରାଭିଡ୍‌ଙ୍କ ପୁଅ ସମିତ

ନୂଆଦିଲ୍ଲୀ, ୧୯।୨- ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ରାହୁଲ ଡ୍ରାଭିଡ୍‌ଙ୍କ ପୁଅ ସମିତ୍‌ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛନ୍ତି। ଦୁଇମାସ ବ୍ୟବଧାନରେ ୨ଟି ଦ୍ୱିଶତକ ହାସଲ କରି ଖବରର ଶିରୋନାମାରେ ରହିଛନ୍ତି। ବେଙ୍ଗାଲୁରୁରେ ଚାଲିଥିବା ୧୪ ବର୍ଷରୁ କମ୍‌ ବିଟିଆର୍‌ ସିଲ୍ଡ ସ୍କୁଲ କ୍ରିକେଟ୍‌ ପ୍ରତିଯୋଗିତାରେ ସମିତ୍‌ ମାଲ୍ୟା ଆଦିତି ଇଣ୍ଟରନ୍ୟାଶନାଲ (ଏମ୍‌ଏଆଇ) ସ୍କୁଲ ପକ୍ଷରୁ ପ୍ରତିନିଧିତ୍ୱ କରି ଏହି ସଫଳତା ପାଇଛନ୍ତି। ରାହୁଲ ଜଣେ ରକ୍ଷଣାତ୍ମକ ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱରେ ବେଶ୍‌ ପରିଚୟ ସୃଷ୍ଟି କରିଥିବାବେଳେ ଏହାର ବିପରୀତ ଖେଳ ସମିତ୍‌ଙ୍କ ନିକଟରେ ଦେଖିବାକୁ ମିଳିଛି। ବିଜିଏସ୍‌ ନ୍ୟାଶନାଲ ପବ୍ଲିକ ସ୍କୁଲ ବିପକ୍ଷ ଏକ ମ୍ୟାଚ୍‌ରେ ଡାହାଣହାତୀ ସମିତ ମାତ୍ର ୧୪୪ ବଲରୁ ୨୧୧ ରନର ମାରାଥନ ଇନିଂସ ଖେଳିଥିଲେ। ଯେଉଁଥିରେ ୨୬ ଚୌକା ଓ ଗୋଟିଏ ଛକା ରହିଥିଲା। ସମିତ୍‌ଙ୍କ ଏହି ବିସ୍ଫୋରକ ଇନିସ ଯୋଗୁ ତାଙ୍କ ସ୍କୁଲ ୫୦ ଓଭରରେ ୩ ଉଇକେଟ୍‌ ହରାଇ ୩୮୬ ରନ କରିଥିଲା। ଜବାବରେ ପ୍ରତିପକ୍ଷ ସ୍କୁଲ ୩ ଉଇକେଟ୍‌ରେ ୨୫୪ ରନ କରିବାକୁ ସମର୍ଥ ହୋଇଥିଲା। ଫଳରେ ସମିତ୍‌ଙ୍କ ଏମ୍‌ଏଆଇ ସ୍କୁଲ ୧୩୨ ରନରେ ବିଜୟୀ ହୋଇଥିଲା। ଏଥିପୂର୍ବରୁ ଗତ ଡିସେମ୍ବରରେ ସମିତ୍‌ ଏକ ଇଣ୍ଟରଜୋନାଲ ଟୁର୍ନାମେଣ୍ଟରେ ୨୦୧ ରନର ଇନିଂସ ଖେଳିଥିଲେ। ସମିତ୍‌ଙ୍କ ପ୍ରତିଭା କେବଳ ବ୍ୟାଟିଂରେ ସମୀତ ରହିନାହିଁ। ବୋଲିଂରେ ମଧ୍ୟ ସମିତ୍‌ ବେଶ୍‌ ସଫଳ ହୋଇଛନ୍ତି। ସେ ୫ ମ୍ୟାଚ୍‌ରୁ ୭ ଉଇକେଟ୍‌ ମଧ୍ୟ ନେଇଛନ୍ତି। ପ୍ରକାଶଯୋଗ୍ୟ, ୨୦୧୫ରେ ଏକ ସ୍କୁଲ କ୍ରିକେଟ୍‌ ପ୍ରତିଯୋଗିତାରେ ୩ଟି ଅର୍ଦ୍ଧଶତକୀୟ ଇନିଂସ ଖେଳି ସମିତ୍‌ ପ୍ରଥମେ ଚର୍ଚ୍ଚାର ପରିଧିକୁ ଆସିଥିଲେ। ରାହୁଲ ତାଙ୍କ ୧୬ ବର୍ଷର ସ୍ମରଣୀୟ କ୍ରିକେଟ୍‌ କ୍ୟାରିୟରରେ ଟେଷ୍ଟରେ ୧୩,୨୮୮ ଓ ଦିନିକିଆରେ ୧୦,୮୮୯ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri