ଚର୍ଚ୍ଚାରେ କିଆରାଙ୍କ ପର୍ସ: ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ମୁମ୍ବାଇ:ଚଳିତ ବର୍ଷ ଫିଲ୍ମ କବିର ସିଂହରୁ ରାତାରାତି ନିଜର ପରିଚୟ ତିଆରି କରିଥିବା କିଆରା ଆଡଭାନୀ ଏବେ ବି-ଟାଉନର ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ନିକଟରେ କିୟାରା ନିଜର ୨୭ତମ ଜନ୍ମଦିନ ପାଳିଥିଲେ। ଏହି ଅବସରରେ କିଆରା ପର୍ଲର ଆଉଟଫିଟ୍‌ରେ ନଜର ଆସିଥିଲେ। ଏହି ଆଉଟଫିଟ୍‌ ତାଙ୍କୁ ଗ୍ଲାମରସ୍‌ ଲୁକ୍‌ ଦେଇଥିବା ବେଳେ ସବୁଠାରୁ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିଥିଲା ତାଙ୍କର ହ୍ବାଇଟ ବେଲ୍ଟ ବ୍ୟାଗ। ଯାହାର ଦାମ୍‌ ଜାଣିଲେ ହୋସ୍‌ ଉଡିଯିବ। ଏହି ପର୍ସର ଦାମ ହେଉଛି ୫୦୦୦ ଡଲାର(ପ୍ରାୟ ୩,୫୩,୭୦୭ ଟଙ୍କା)।

ଫିଲ୍ମ କବିର ସିଂହ ତାଙ୍କ କ୍ୟାରିୟରକୁ ଏକ ନୂଆ ଦିଗ ଦେଇଥିଲା। ବକ୍ସ ଅଫିସ୍‌ରେ ଭଲ ଆୟ କରିବା ସହ ଏହି ଫିଲ୍ମ ବହୁ ବଡ଼ ବଡ଼ ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିଥିଲା। ଏବେ ରାଜ ମେହେତାଙ୍କ ନିର୍ଦ୍ଦେଶିତ ଅପ୍‌ କମିଂ ଫିଲ୍ମରେ କିୟାରାଙ୍କୁ ଦେଖିବାକୁ ମିଳିବ। ଏଥିରେ ଅଭିନେତା ଅକ୍ଷୟ କୁମାର, ଦିଲଜୀତ ଦୋସାଁଝ ଓ କରୀନା କପୁର ଖାନ ନଜର ଆସିବେ। ଏହି ଫିଲ୍ମ ଚଳିତ ବର୍ଷ ୨୭ ନଭେମ୍ବରକୁ ପରଦାକୁ ଆସିବ।

Share