ଚରମ ସୀମାରେ ପରଶାସନିକ ଅବହେଲା:ଭଂଗା କୁରିଆରେ ଜୀବନ୍‌ ବିତଉଛନ୍‌ ଅଁଧ୍‌ ଦମ୍ପତି

ଭବାନୀପାଟଣା,୧୩ା୭ (ଡି.ଏନ୍‌.ଏ.): – ଗରିବ୍‌ ଦୁଖି, ବିଧବା, ଦିବ୍ୟାଙ୍ଗମାନକର ଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ ଯୋଜନା କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ସରକାରୀ ସର୍ଭେରେ ଭୁଲଭଟକା, ଅଧ୍‌କାରୀମାନକର ବେପରୁଆ କାମକାଯ୍‌ ଲାଗି ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ସରକାରୀ ଅଧ୍‌କାରୀମାନକର ଚରମ ଅବହେଲାର ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କଲମପୁର ବ୍ଲକ ମଣ୍ଡଳ ପଁଚେତ୍‌ ଅଧୀନ ଭାଟିଗଁାରେ।
ସୂଚନା ଅନ୍‌ସାରେ ଭାଟିଗଁାର ଦିବ୍ୟାଙ୍ଗ ଦମ୍ପତି ହେଉଛନ୍‌ ଚୈତନ୍ୟ ଭୋଇ ଆର ମାଏକିନା ଅଞ୍ଜନା ଭୋଇ। ଇ ଦିବ୍ୟାଙ୍ଗ ଦମ୍ପତି ଗୁଟେ ଗଁାର ଆର ଜନ୍‌ମୁ ଅଁଧ୍‌ ହେଇଥିଲାବେଲେ ପରିବାରର ସହମତିରେ ବିହାଚୁରା ହେଇ ଘର ସଁସାର କରିଛନ୍‌। ଚୈତନ୍ୟ କଳାହାଣ୍ଡି ଜିଲା ଅନ୍ଧ ମୁକ ବଧିର ସ୍କୁଲରେ ୭ ଶ୍ରେଣୀ ତକ୍‌ ପଢ଼ିଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଆଏଜ୍‌ ବି ଦିବ୍ୟାଙ୍ଗ ଦମ୍ପତି ଅନେକ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଦମ୍ପତିକେ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଲ ଆର ଚୈତନ୍ୟକେ ମାସିକ ୭ଶହ ଟଁକା ଭିନ୍ନକ୍ଷମ ଭତା ମିଲୁଛେ ସତ୍‌। ହେଲେ ଅଞ୍ଜନା ଆଏଜ୍‌ ବି ଦିବ୍ୟାଙ୍ଗ ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଏହେଦେ ଇ ଦମ୍ପତି ପାଉଥିବାର ସରକାରୀ ସାହାଯ୍‌ ତାକର ପେଟକେ ଅଁଟ୍‌ଲେ ଦିହିକେ ନାଇଁ। ସେନ୍‌ତା ଅଭାବ ଅନାଟନ ଲାଗି ଦୁଇ ପରାନୀ ଗୁଟେ ଭଂଗା ଦଦ୍‌ରା କୁରିଆରେ ଜୀବନ୍‌କେ ପାଏନ୍‌ଛଡ଼େଇ ରହୁଛନ୍‌। ଭିନେ ଭିନେ ସମିଆରେ ସରକାରୀ ସୁବିଧା ସୁଯୋଗ ଲାଗି ଇ ଦମ୍ପତି ଓ୍ବାର୍ଡ ମେମ୍ବରନୁ ମୂଲ କରି ବିଧାୟକ, ଏମ୍‌.ପି. ଆର ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀକଁରନୁ ଜିଲାପାଳକଁର ତକ୍‌ ଗୁହାରି କରି ନିରାଶ ହେଇଛନ୍‌। ଦିନାକେତେ ତଲେ କଲମପୁରେ ଅନୁଷ୍‌ଠିତ ହେଇଥିବାର ଜିଲାପାଳକଁର ଜନ ଅଭିଯୋଗ ଶୁନାନି ଶିବିରରେ ଇ ଦିବ୍ୟାଙ୍ଗ ଦମ୍ପତି ନିଜର ଦୁଖ୍‌ ଗୁହାରିଥିଲେ। ଜିଲାପାଳ ରେଡକ୍ରସରୁ ୩ ହଜାର ଟଁକା ସଂଗେ ଦମ୍ପତିକେ ଗୁଟେ ଘର ଯୁଗେଇ ଦେବାକେ ବିଡିଓକୁଁ ନିରଦେଶ ଦେଇଥିଲେ। ସେନ୍‌ତା ଘର ତିଆରି ଆଗରୁ ଦମ୍ପତିକେ ଗୁଟେ ପଲିଥିନ୍‌ ଦେବାକେ ଜିଲାପାଳ ତହସିଲଦାରକୁଁ ପରାମଶ ଦେଇଥିଲେ। ହେଲେ ଦୁଖର କଥା ଜନ ଅଭିଯୋଗ ଶୁନାନିକେ ଆଏଜ୍‌କେ ଅନେକ ଦିନ୍‌ ବିତିଯାଇଥିଲେ ବି ଜିଲାପାଲ ବିଡିଓ ଆର ତହସିଲଦାରକୁଁ ଦେଇଥିବାର ନିରଦେଶ ପାନିର ଗାର ପାଲଟିଯାଇଛେ। ଦିବ୍ୟାଙ୍ଗ ଦମ୍ପତି ଆଏଜ୍‌ତକ କେହେନ୍‌ସି ପରକାର ସାହାଯ୍‌ ନାଇଁ ପାଇପାରି। ଏହେଦେ ଇ ଦମ୍ପତି ଉପେ ଶୂଇନ୍‌ ହେଇ ନିଜର ଭାଏଗ୍‌କେ ଆଦ୍‌ରି ଆସର ପାସର ଗଁାରେ ଭିଖ୍‌ମାଗି ନିଜର ପେଟ ପାଲୁଛନ୍‌। ଇ ବାବ୍‌ଦେ ବିଡିଓ ହେମସାଗର ଭୋଇକୁଁ ପଚରାଲାରୁ ଏସଇସିସି ତାଲିକାରେ ଚୈତନ୍ୟକଁର ନଁା ନଁାଇଁନ। ଯେନ୍‌ଥିରଲାଗି ଆବାସ ଯୋଜନାରେ ଘର ଯୁଗେଇ ଦେବାରେ ଅସ୍‌ବିଧା ହେଉଛେ। ହେଲେ ଯେତେ ଜଲଦି ହେବା ତାହାକୁ ଘରଖଁଡ଼େ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri