ଚରଚାରେ ଦିବ୍ୟାଙ୍ଗ ଛାତ୍ର ଜଗନ୍ନାଥ: ମନ୍‌ବଲ ଆଘେ ହାରମାନିଛେ ଅକ୍ଷମତା

ପାଇକମାଲ,୩।୨(ଡି.ଏନ.ଏ)-  କଥାରେ ଅଛେ ମନ୍‌ବଲ ଥିଲେ ସବୁ ସମ୍‌ଭବ। ଏହେଦେ ଏନ୍‌ତା ଝନେ ଦିବ୍ୟାଙ୍ଗ ଛାତ୍ର ନିଜର ମଜବୁତ୍‌ ମନ୍‌ବଲ ଲାଗି ଏହେଦେ ଚରଚାରେ ରହିଛନ୍‌। ସେ ହେଉଛନ୍‌ ବରଗଡ଼ ଜିଲା ପାଇକମାଲ ବ୍ଲକ ଜାମସେଠ ପଁଚେତ୍‌ ଭେରୁଆମୁଣ୍ଡା ଗଁାର କ୍ଷୀରୋଦ୍ର ତାଣ୍ଡିକଁର ପୁଓ ଜଗନ୍ନାଥ ତାଣ୍ଡି(୧୧)।
ସୂଚନା ଅନ୍‌ସାରେ ଭେରୁଆମୁଣ୍ଡାର କ୍ଷୀରୋଦ୍ର ତାଣ୍ଡିକଁର ପରିବାର କହେଲେ ମାଏକିନା ଜେମା ତାଣ୍ଡି, ଦୁଇ ଝି ଆର ଗୁଟେ ବଲି ପୁଓ ଜଗନ୍ନାଥକୁଁ ନେଇ ସଁସାର। ଜଗନ୍ନାଥ ଜନ୍‌ମୁ ଦିବ୍ୟାଙ୍ଗ ଆଏ, ତାକର ହାତ୍‌ଗୋଡ଼ ନଁାଇଁନ। ସାଂଗସାଥି ଆର ଗଁାର ଲୋକ ତାହାକୁ ଜଗା ଭାଇ ବଲି ଡାକୁଛନ୍‌। ଜଗା ଏହେଦେ ଗଁାର ପ୍ରାଥମିକ ସ୍କୁଲରେ ୬ଷ୍ଠ ଶ୍ରେଣୀରେ ପାଠ୍‌ ପଢ଼ୁଛନ୍‌। ମା’ ଜେମା ତାହାକୁ ଫିଦିନ ହ୍ବିଲ ଚେୟାରରେ ବସେଇ ସ୍କୁଲ ନେବାର ଆନବାର କରୁଛନ୍‌। ଦିନାକେତେ ତଲେ ସ୍କୁଲର ବଛରକିଆ ଉଛବ୍‌ରେ ଜଗା ନାଚ୍‌ ପରିବେଷନ କରି ଚରଚାକେ ଆସିଥିଲେ। ଗୀତ୍‌, ବାଜ୍‌ନାର ତାଲେ ତାଲେ ତାକର ନାଚ୍‌ ଆର ଦିହି ମଲ୍‌କାର କମାଲ ଦେଖି ସାଂଗସାଥି, ଶିକ୍ଷୟିତ୍ରୀ ଶିକ୍ଷକ, ଗଁବାସୀ ତାହାକୁ ପରଶଁସାରେ ଗୁଧେଇ ଦେଇଥିଲେ। ସେନ୍‌ତା ତାକର ଇ ନାଚ୍‌ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଉତାରୁ ପିଲାନୁ ବୁଢ଼ା ତକ୍‌ ତାକର ପରଶଁସା କରିଛନ୍‌। ସେ ଖାଲି ନାଚ୍‌ ନୁହେ ଭଲ ଗୀତ୍‌ ବି ଗାଇ ପାରୁଛନ୍‌। ଲେଖାପଢ଼ା ସଂଗେ ଫଟୁ ବି କାଟିପାରୁଛନ୍‌। ଜଗାକଁର ଇ ସବୁ କାଯ୍‌ ଏହେଦେ ମୋବାଇଲରୁ ମୋବାଇଲ ଘୂରି ବୁଲୁଛେ। ତାକର ଇ ଆତ୍‌ମ ବିଶୁଆସକେ ଲୋକ୍‌ ପରଶଁସା କରବାର ସଂଗେ ଛାତ୍ରୀଛାତ୍ରକଁର ଲାଗି ସେ ଉଦାହରନ୍‌ ଆଏ ବଲି ଚରଚା ହେଉଛେ। ଜଗାକୁଁ ଭବିଷତ୍‌ରେ କାଣା କରବ ବଲି ପଚ୍‌ରାଲାରୁ ଆଗିଅଁା ମୁଇଁ ଝନେ ନିହାତି ଗରିବ୍‌ ଘରର ପିଲା। ଅଭାବ୍‌ ଅନାଟନ ଲାଗି ପାଠ୍‌ପଢ଼ାରେ ଅସ୍‌ବିଧା ହେଉଛେ। ହେଲେ ସରକାରୀ ସାହାଯ୍‌ ମିଲ୍‌ଲେ ପାଠ୍‌ପଢ଼ି ଜୀବନ୍‌ରେ ଝନେ ଶିକ୍ଷକ ହେମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri