Categories: ଜାତୀୟ

ଚମକିଲା ସୋନଭଦ୍ର ଭାଗ୍ୟ: ସୁନା ପରେ ଏବେ ମାଟି ତଳେ ୟୁରାନିୟମ୍‌ ଭଣ୍ଡାର ଥିବାର ମିଳିଲା ସୂଚନା

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶର ସୋନଭଦ୍ର ଅଞ୍ଚଳ ଭାଗ୍ୟ ଚମକିବାରେ ଲାଗିଛି। ଦୁଇଦିନ ତଳେ ଏହି ଅଞ୍ଚଳର ମାଟି ତଳେ ହଜାର ହଜାର ଟନ୍‌ ସୁନା ପଥର ଥିବା ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଥିଲା। ଏବେ ସ୍ଥାନୀୟ ମୋୟରପୁର ବ୍ଲକ୍‌ର କୁଦରି ପାହାଡ଼ର ମାଟି ତଳେ ୟୁରାନିୟମ ଭଣ୍ଡାର ଥିବା ଅନୁମାନ କରାଯାଉଛି। ଏଥିଲାଗି ସର୍ଭେ ଆରମ୍ଭ ହୋଇଛି। ହେଲିକପ୍ଟର ସହାୟତାରେ ଏହି ଅଞ୍ଚଳରେ ଜୋର୍‌ ସୋର୍‌ ପରୀକ୍ଷା ନିରୀକ୍ଷା ଜାରି ରହିଛି। ଏଠାରେ ଗଚ୍ଛିତ ଥିବା ୟୁରାନିୟମ ଭାରତର ଆଣବିକ କେନ୍ଦ୍ର ପାଇଁ ବେଶ୍‌ ଉପଯୋଗୀ ସାବସ୍ତ୍ୟ ହେବ ବୋଲି କୁହାଯାଉଛି। ତେବେ ଭୂପୃଷ୍ଠର କେତେ ତଳେ ୟୁରାନିୟମ ରହିଛି ସେ ନେଇ ଅଧିକ ଯାଞ୍ଚ୍‌ କରାଯାଉଛି।

Share