ଚପିଯାଉଛି ସିଏମ୍‌ସିର ଦୁର୍ନୀତି

କଟକ ଅଫିସ, ୨୪।୯: କଟକ ମହାନଗର ନିଗମ(ସିଏମ୍‌ସି)ରେ ବହୁ ଦୁର୍ନୀତି ଲୋକଲୋଚନକୁ ଆସିଛି। ସେନେଇ ତଦନ୍ତ ହେବା ସହ ମାମଲା ବି ରୁଜୁ ହୋଇଛି। ହେଲେ ଅନେକ ଦୁର୍ନୀତି ଘଟଣାର ତଦନ୍ତ ବାଟବଣା ହୋଇଥିବାବେଳେ କେତେକ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ। ସହରର କେତେଜଣ ସାମାଜିକ କର୍ମୀ ସିଏମ୍‌ସିର ଦୁର୍ନୀତି ସମ୍ପର୍କିତ କେତେକ ତଥ୍ୟ ସୂଚନା ଅଧିକାର ଆଇନ ଜରିଆରେ ପାଇଛନ୍ତି। ସେହି ଆଧାରରେ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ସୋମବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆରଡିସି) ଅନିଲ କୁମାର ସାମଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ତଥ୍ୟ ଅନୁଯାୟୀ, ସିଏମ୍‌ସିର ମୋଟରଯାନ ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ପ୍ରାୟ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି। ଏ ନେଇ ତତ୍କାଳୀନ କମିଶନର ଜ୍ଞାନ ଦାସଙ୍କ ସମୟରେ ଏକ ତଦନ୍ତ କମିଟି (ରେଫେରେନ୍ସ ନମ୍ବର- ୯୯୫୯/୮ା୯ା୧୫) ଗଠନ କରାଯାଇଥିଲା। କିନ୍ତୁ ତଦନ୍ତ ରିପୋର୍ଟ ଏ ପର୍ଯ୍ୟନ୍ତ ପ୍ରକାଶ ପାଇପାରିଲା ନାହିଁ।
ସେହିପରି ଜଣେ ଅଧିକାରୀ ସ୍ମରଣିକା, ଆରୋହଣ, ପ୍ରବାଦ ପୁରୁଷ ଆଦି ୩ ପତ୍ରିକାର ଦାୟିତ୍ୱରେ ଥିଲେ। ଏହି ପତ୍ରିକାଗୁଡ଼ିକର ୫୦୦ କପି ଛପା ଯାଇ କାଗଜପତ୍ରରେ ୬୦୦୦ ଦର୍ଶାଯାଇ ପ୍ରାୟ ୪୫ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଧରାପଡ଼ିଯିବା ଭୟରେ ମାଗାଜିନ ଫାଇଲକୁ ଗାଏବ କରି ଦିଆଗଲା। ଫାଇଲ ଦାୟିତ୍ୱରେ ଥିବା କନିଷ୍ଟ ସହାୟକଙ୍କ ନାମରେ ପୁରୀଘାଟ ଥାନାରେ ଏତଲା ଦିଆଯାଇଥିଲା। ଏ ନେଇ ଏକ ତଦନ୍ତ କମିଟି (ରେଫେରେନ୍ସ ନମ୍ବର ୮୯୪/୪ା୩ା୧୭) ପୂର୍ବତନ କମିଶନର ଜ୍ଞାନ ଦାସଙ୍କ ସମୟରେ ଗଠନ କରାଯାଇଥିଲା। ତଦନ୍ତ କମିଟିକୁ ୨ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁି। ସେହିପରି ଉକ୍ତ ଅଧିକାରୀ ଜଣକ ରିକଭରି ଦାୟିତ୍ୱ ତୁଲାଇଥିଲେ, ସେହି ସମୟରେ ହୋଲଡିଂ ଟିକସ ବାବଦରେ ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏପରି କି ୧କୋଟି ୪ଲକ୍ଷ ୫୮ହଜାର ୧୩୧ଟଙ୍କା ତାଙ୍କଠାରୁ ଆଦାୟ କରାଯିବା ପାଇଁ ଲୋକାଲ ଅଡିଟ ନିର୍ଦ୍ଦେଶ ନାମା ଜାରି କରିଥିଲେ। ଏଥିସହ ଉକ୍ତ ଅଧିକାରୀ ଜଣକ ଏଷ୍ଟାବ୍ଲିଶମେଣ୍ଟ ଦାୟିତ୍ୱରେ ଥିବାବେଳେ ତାଙ୍କ ନାମରେ ଲୋକାଲ ଫଣ୍ଡ ଅଡିଟ କାରଣଦର୍ଶାଅ ନୋଟିସ ଜାରି କରି ୩୧ଲକ୍ଷ ୬୮ହଜାର ୪୪୪ଟଙ୍କା ରିକଭରି କରିବା ପାଇଁ ନୋଟିସ୍‌ କରିଥିଲେ।
ସିଡିଏ ବିଡ଼ାନାସୀ ଅଞ୍ଚଳରୁ ଆଦାୟ ହୋଇଥିବା ହୋଲ୍‌ଡିଂ ଟିକସ ବାବଦରେ ଯାଞ୍ଚ ପାଇଁ ଡେପୁଟି କମିଶନର ନିର୍ଦ୍ଦେଶନାମା(ଅର୍ଡର ନମ୍ବର ୨୦୦୬/ ୯ା୩ା୨୦୧୭) ଜାରି କରିଥିଲେ। ଏନେଇ ୩ ଟିକସ କଲେକ୍ଟରଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପତ୍ରକୁ ମଧ୍ୟ ଚପାଇ ଦିଆଯାଇଛି।
ସେହିପରି ପାଣି ନିଷ୍କାସନ ପାଇଁ ବ୍ୟବହୃତ ପମ୍ପସେଟ୍‌ ଡିଜେଲ ବାବଦରେ କୋଟି କୋଟି ଟଙ୍କା ହରିଲୁଟ୍‌ ହେଉଛି। ଏପରି କି ବିନା ଲକ୍‌ବୁକ୍‌ରେ ଡିଜେଲ ଇସ୍ୟୁ କରାଯାଉଥିବା ଅଭିଯୋଗ ହେଉଛି। ବିଶେଷକରି ୨୦୦୯ରୁ ୨୦୧୮ ପର୍ଯ୍ୟନ୍ତ ତୁଳସୀପୁର ୱାରଲେସ ପଏଣ୍ଟ, ସିଆରଆରଆଇ, କାଳିଆବୁଦା ଆଦି ଅଞ୍ଚଳରେ ବ୍ୟବହୃତ ପମ୍ପସେଟ୍‌ ସମ୍ପର୍କିତ ଲକ୍‌ବୁକ୍‌ ତଥ୍ୟ ପାଇଁ ସୂଚନା ଅଧିକାର ଆଇନ ଜରିଆରେ ମଗାଯାଇଥିଲା। କିନ୍ତୁ ସିଏମ୍‌ସି ପକ୍ଷରୁ ଏ ନେଇ କୌଣସି ରିପୋର୍ଟ ମିଳି ନ ଥିବା ଆରଡିସିଙ୍କ ନିକଟରେ ଅଭିଯୋଗ କରାଯାଇଛି।
ସିଏମ୍‌ସି ଅଧୀନ ଶହୀଦଭବନ, କଲ୍ୟାଣମଣ୍ଡପଗୁଡ଼ିକର ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏନେଇ କଲ୍ୟାଣମଣ୍ଡପ ଦାୟିତ୍ୱରେ ଥିବା ଜଣେ ପୂର୍ବତନ ନିର୍ବାହୀ ଅଧିକାରୀଙ୍କଠାରୁ ଉକ୍ତ ଅର୍ଥ ଆଦାୟ କରାଯିବା ପାଇଁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ତାହା ଆଜିପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଇତିମଧ୍ୟରେ ସେ ତାଙ୍କ ଚାକିରିରୁ ଅବସର ନେଇସାରିଲେଣି।
ଏଭଳି ଦୁର୍ନୀତିଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦିଲୀପ କୁମାର ପରିଜାଙ୍କ ନେତୃତ୍ୱରେ ସଞ୍ଜିତ ସାମଲ, ଅନିଲ ରାୟ, ମାୟାଧର ପାଣି, ମାନସ କୁମାର ସାହୁ, କାଳନ୍ଦୀ ଭୋଇ, ଜୟନ୍ତ ମହାନ୍ତି, ସୁବାସ ସାମଲ ପ୍ରମୁଖ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri