Posted inଫୁରସତ

ଚନ୍ଦ୍ର ଅବତରଣର ଅରିଜିନାଲ ଭିଡିିଓ ବିକ୍ରି ହେଲା

ନ୍ୟୁୟର୍କ, ୨୧।୭ :୨୦ ଜୁଲାଇ, ୧୯୬୯ରେ ପ୍ରଥମେ ମଣିଷ ଚନ୍ଦ୍ରରେ ପାଦ ରଖିଥିଲା। ସେହିି ସମୟର ପ୍ରତ୍ୟେକ ମୁହୂର୍ତ୍ତକୁ ରେକର୍ଡିିଂ କରାଯାଇଥିବା ଭିଡିଓକୁ ନାସା ପକ୍ଷରୁ ନିଲାମ କରାଯାଇଛି। ନିଲାମରେ ଏହା ୧.୮୨ ମିଲିଅନ ଡଲାର (୧୨ କୋଟି ୫୩ ଲକ୍ଷ ୨୬ ହଜାର୧୧୦ ଟଙ୍କାରେ ବିକ୍ରି ହୋଇଛି)। ଭଡ଼ିିଓରେ ଆପୋଲୋ ଯାନରୁ ନିଲ୍‌ ଆର୍ମଷ୍ଟ୍ରଙ୍ଗ ଓହ୍ଲାଇ ଚନ୍ଦ୍ରରେ ପାଦ ରଖିବା ପରେ ଏଡ୍‌ଓ୍ବିନ ଆଲଡ୍ରିନ ଚାଲିବାର ତିନୋଟି ଅରିଜିନାଲ ରେକର୍ଡିଂକୁ ନିଲାମରେ ସାମିଲ କରାଯାଇଥଲା। ଏହି ଭିଡ଼ିିଓକୁ ୧୯୭୬ରେ ନାସାରେ ଇଣ୍ଟର୍ନଶିିପ୍‌ କରୁଥିବା ଜଣେ ଇଞ୍ଜତ୍ନିୟରିଂ ଛାତ୍ର ଗ୍ରେ ଜର୍ଜ ଏକ ସରକାରୀ ନିଲାମରେ ୨୧୭.୭୭ ଡଲାରରେ କିଣିଥିଲା। ଏବେ କରାଯାଇଥିବା ନିଲାମରେ ତା’ଠାରୁ ୮,୦୦୦ଗୁଣ ଅଧିକ ମୂଲ୍ୟରେ ନାସା ବିକ୍ରି କରିଛି। ଜର୍ଜ ୧,୧୫୦ ରିଲ୍‌ ମ୍ୟାଗ୍ନେଟିକ ଟେପ୍‌ କିଣିଥିଲେ। ସେଥିରେ ୬୫ଟି ଭିଡିଓ ଟେପ୍‌ ବକ୍ସ ବି ରହିଥିଲା। ଜର୍ଜ ସେତେବେଳେ ତାହାକୁ ପୁଣି ରେକର୍ଡିଂ କରିବା ପାଇଁ ଏକ ସ୍ଥାନୀୟ ଟେଲିଭିଜନ ଷ୍ଟେଶନକୁ କିଛି ବିକ୍ରି କରିଥିଲେ ଓ ଆଉ କିଛି ଦାନ କରିଦେଲେ। କିନ୍ତୁ ତାଙ୍କ ବାପା ତିନୋଟି ଭିଡିଓ ଟେପ୍‌ ବକ୍ସ ଚିହ୍ନଟ କରିବା ପରେ ସେ ତାହାକୁ ରଖିଥିଲେ ଯାହା ଏବେ ନିଲାମ କରାଯାଇଛି। ଏହି ଟେପ୍‌ର ନିଲାମ ଆରମ୍ଭ ହୋଇଥିଲା ୭୦୦,୦୦୦ ଡଲାରରୁ ଏବଂ ଶୀଘ୍ର ବଢିଯାଇ ପହଞ୍ଚତ୍ଥିଲା ୧.୮୨ ମିଲିଅନ ଡଲାରରେ।୨୦୦୮ ରେ ଜର୍ଜ ଯେତେବେଳେ ଜାଣିବାକୁ ପାଇଲେ ଯେ ନାସା ସେହି ଅରିଜିନାଲ ଟେପ୍‌ ପାଇବା ଲାଗି ଚେଷ୍ଟା କରୁଛି ସେତେବେଳେ ସେ ସେହି ଭିଡିଓକୁ ପ୍ଲେ କରିବା ଲାଗି ଏକ ଷ୍ଟୁଡିଓ ଖୋଜି ପାଇବା ପରେ ତାହାକୁ ପ୍ରଥମେ ଦେଖିଥିଲେ। ଏହାପରେ ସେହି ବର୍ଷ ତାହାକୁ ପୁଣି ପ୍ଲେ କରି ଡିଜିଟାଇଜଡ୍‌ କରାଯାଇଥିଲା, ଯାହାକୁ ଏବେ ନିଲାମ କରାଗଲା। ଏହି ନିଲାମରେ ଚନ୍ଦ୍ରକୁ ଯାଇଥିତ୍ବା ଅନ୍ୟ ମହାକାଶଚାରୀଙ୍କ ଫଟୋ, ୧୯୫୪-୧୯୭୯ ପର୍ଯ୍ୟନ୍ତ ନିଲ୍‌ ଆର୍ମଷ୍ଟ୍ରଙ୍ଗଙ୍କୁ ପ୍ରଦାନ କରାଯାଇଥବା ୟୁଏସ୍‌ ପାସପୋର୍ଟକୁ ବି ୮୧,୨୫୦ ଡଲାରରେ ବିକ୍ରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri