ଚନ୍ଦ୍ରରେ ମଣିଷଙ୍କୁ ପହଞ୍ଚାଇବାରେ ସାହାଯ୍ୟ କରିବ ସୁପର୍‌ କମ୍ପ୍ୟୁଟର

ସନଫ୍ରାନ୍‌ସିସ୍କୋ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଓ ହ୍ୟୁଲେଟ ପାକାର୍ଡ ଏଣ୍ଟରପ୍ରାଇଜ୍‌(ଏଚ୍‌ପିଇ) ସହଭାଗିତାରେ ନିର୍ମାଣ କରାଯାଇଥିବା ଏକ ନୂଆ ସୁପର୍‌ କମ୍ପ୍ୟୁଟର ନାସାର ଅନ୍ତରୀକ୍ଷ ଅଭିଯାନରେ ସାହାଯ୍ୟ କରିବ । ୨୦୨୪ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ମଣିଷ ଅବତରଣ କରାଇବା ପାଇଁ ନାସା ଯେଉଁ ଯୋଜନା କରିଛି ତାହାକୁ ସଫଳ କରିବାରେ ଏହି କମ୍ପ୍ୟୁଟର ମୁଖ୍ୟ ଭୂମିକା ନେବ । ଏହାର ନାମ ଆମେରିକାର ଜ୍ୟୋତିର୍ବିଜ୍ଞାନୀ ରବର୍ଟ ଗ୍ରାଣ୍ଟ୍‌ ଆଇଟ୍‌କେନଙ୍କ ନାମାନୁସାରେ ଆଇଟ୍‌କେନ୍‌ ରଖାଯାଇଛି । ଆଇଟ୍‌କେନକୁ ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣ କରିବା ପାଇଁ ୪ ବର୍ଷ ଲାଗିଛି। ଏହାଦ୍ୱାରା ଯାନର ମଡେଲିଂ,ଶକ୍ତି ଯୋଗାଣ ସହ ଅବତରଣ ସବୁ କିଛି ସହଜ ହୋଇପାରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଏହି କମ୍ପ୍ୟୁଟରକୁ ନାସାର ଏମ୍‌ଇଏସ୍‌ ରିସର୍ଚ୍ଚ ସେଣ୍ଟର ସ୍ଥାପନ କରାଯାଇଛି। ଯାନ ଉତ୍‌କ୍ଷେପଣଠାରୁ ଆରମ୍ଭ କରି ଅବତରଣ ପର୍ଯ୍ୟନ୍ତ ସବୁପ୍ରକାର କମ୍ପ୍ୟୁଟର ସମସ୍ୟାକୁ ସହଜରେ ସମାଧାନ କରିପାରିବ।ଏହା ପାଇଁ କମ୍‌ ବିଦ୍ୟୁତ ଆବଶ୍ୟକ ହେବ। ସୁପର୍‌ କମ୍ପ୍ୟୁଟରକୁ ଥଣ୍ଡା ରଖିବା ଲାଗି ଏକ କୁଲିଂ ଟାଓ୍ବାର୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri