ଚନ୍ଦ୍ରଯାନ-୨ ଭଳି ସଜେଇ ହେଲା ଦୁର୍ଗାଙ୍କ ମଣ୍ଡପ

ବାରଣାସୀ,୫।୧୦: ବିଭିନ୍ନ ଥିମ୍‌କୁ ନେଇ ଏଥରର ଦୁର୍ଗାପୂଜା ମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ବାରଣାସୀରେ ଏଥର ଚନ୍ଦ୍ରଯାନ-୨କୁ ନେଇ ନିର୍ମାଣ କରାଯାଇଥିବା ମଣ୍ଡପ ସମସ୍ତଙ୍କୁ ଆକର୍ଷିତ କରିଛି। ଶହେ ଫୁଟର ଏହି ମଣ୍ଡପକୁ ନିର୍ମାଣ କରିବାକୁ ୨ମାସ ସମୟ ଲାଗିଛି। ସେହିପରି ଦୁର୍ଗାଙ୍କ ମୁର୍ତ୍ତି ନିକଟରେ ପୂଜା ପାଉଥିବା ଅନ୍ୟ ମୂର୍ତ୍ତିମାନଙ୍କ ଭଳି ଇସ୍ରୋ ମୁଖ୍ୟ କେ.ଶିବନଙ୍କର ମଧ୍ୟ ଏକ ମୂର୍ତ୍ତି ନିର୍ମାଣ କରାଯାଇଛି।

ଉକ୍ତ ପୂଜା କମିଟିର ସଦସ୍ୟ ରାଜନ ଯୟଶଓ୍ବାଲ କହିଛନ୍ତି ଯଦିଓ ଚନ୍ଦ୍ରାଯାନ-୨ ମିଶନରେ ସଫଳତା ମିଳିନି ତଥାପି ଏହାକୁ ନେଇ ଇସ୍ରୋ ପୁଣି ଥରେ ତା’ର ଚେଷ୍ଟା ଜାରି ରଖିବ ବୋଲି ଶିବନ କହିଥିବାରୁ ତାକୁ ନେଇ ଏଥରର ମଣ୍ଡପ ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି। ଏଥିରେ ଅନ୍ୟ ମହାକାଶଚାରୀଙ୍କୁ ମଧ୍ୟ ସ୍ଥାନିତ କରାଯାଇଛି।

Share