Posted inଖେଳ

ଚତୁର୍ଥ ଆଶେସ ଟେଷ୍ଟ: ଅଷ୍ଟ୍ରେଲିଆ ୧୮୫ ରନରେ ବିଜୟୀ

ମାଞ୍ଚେଷ୍ଟର, ୯।୯- ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ଚତୁର୍ଥ ଆଶେସ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୫ ରନରେ ଇଂଲଣ୍ଡକୁ ହରାଇ ଦେଇଛି। ୩୮୩ ରନ ବିଜୟ ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ରବିବାର ୫ମ ତଥା ଅନ୍ତିମ ଦିବସରେ ଦ୍ୱିତୀୟ ଇନିଂସରେ ୧୯୭ ରନରେ ଅଲଆଉଟ ହୋଇ ଯାଇଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୧ରେ ଅଗ୍ରଣୀଲାଭ କରିଛି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୨୧୧ ଏବଂ ଦ୍ୱିତୀୟ ଇନିଂସରେ ୮୨ ରନ କରିଥିବା ଷ୍ଟିଭ୍‌ ସ୍ମିଥ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ ବିଜୟୀ ଅଷ୍ଟ୍ରେଲିଆ ମ୍ୟାଚରୁ ବିଶ୍ୱ ଚାମ୍ପିୟନଶିପ୍‌ ଅନ୍ତର୍ଗତ ୨୪ ପଏଣ୍ଟ ପାଇଛି। ୪ ମ୍ୟାଚରୁ ୨ ବିଜୟ, ୧ ପରାଜୟ ଓ ୧ ଡ୍ର ସହିତ ଏହି ଦଳର ପଏଣ୍ଟ ସଂଖ୍ୟା ୫୬ରେ ପହଞ୍ଚତ୍ଛି। ଦୁଇ ଦଳ ମଧ୍ୟରେ ଆଉ ଗୋଟିଏ ଟେଷ୍ଟ ଅନୁଷ୍ଠିତ ହେବ। ଏହି ମ୍ୟାଚର ଫଳାଫଳ ଯାହା ହେଉନା କାହିଁକି ଆଶେସ ଟ୍ରଫି ଅଷ୍ଟ୍ରେଲିଆ ନିକଟରେ ରହିବ।
୪ର୍ଥ ଦିବସର ଅସମାପ୍ତ ସ୍କୋର ୧୮/୨ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ସତର୍କତାର ସହ ଆଗକୁ ବଢ଼ିଥିଲା। ତେବେ ସ୍କୋର ୬୬ରେ ପହଞ୍ଚାଇଥିବାବେଳେ ଜାସନ ରୟଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ପ୍ୟାଟ୍‌ କୁମିନ୍ସ। ୬୭ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଜାସନ ୪ ଚୌକା ସହାୟତାରେ ୩୧ ରନ କରିଥିବାବେଳେ କୁମିନ୍ସଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ସମ୍ପ୍ରତି ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ବିବେଚିତ ହେଉଥିବା ବେନ୍‌ ଷ୍ଟୋକ୍ସ ମାତ୍ର ୧ ରନ କରି କୁମିନ୍ସଙ୍କ ବଲ୍‌ରେ ଆଉଟ ହେବାରୁ ଇଂଲଣ୍ଡର ପରାଜୟ ଆସନ୍ନ ହୋଇ ଯାଇଥିଲା। ଆରମ୍ଭରୁ ଭଲ ଖେଳି ଅର୍ଦ୍ଧଶତକ ହାସଲ କରିଥିବା ଜୋ ଡେନ୍‌ଲି ୧୨୩ ବଲ୍‌ରୁ ୫୩ ରନ କରିଥିବାବେଳେ ନାଥାନ ଲିୟନଙ୍କ ଶିକାର ହୋଇଥିଲେ। ପରେ ଉଇକେଟ କିପର ଜନି ବେୟାରଷ୍ଟୋ(୨୫ ରନ, ୬୧ ବଲ୍‌)ଙ୍କୁ ଆଉଟ କରି ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ ସ୍ଥିତିକୁ ଅଧିକ ମଜଭୁତ କରି ଦେଇଥିଲେ। ଶେଷଭାଗରେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିବା ଜୋସ ବଟଲରଙ୍କୁ କ୍ଲିନ୍‌ ବୋଲ୍ଡ କରି ଇଂଲଣ୍ଡ ଶିବିରରେ ନୈରାଶ୍ୟ ଖେଳାଇ ଦେଇଥିଲେ ଜୋଶ ହାଜେଲଉଡ୍‌। ୧୧୧ ବଲ୍‌ର ସମ୍ମୁଖୀନ ହୋଇଥିବା ବଟଲର ୪ ଚୌକା ସହାୟତାରେ ୩୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଜୋଫ୍ରା ଆର୍ଚର ମାତ୍ର ୧ ରନ କରିବାକୁ ସକ୍ଷମ ହୋଇଥିଲେ। କ୍ରେଗ୍‌ ଓଭର୍ଟନ ଓ ଜ୍ୟାକ ଲିଚ୍‌ କିଛି ସମୟ ଲଢ଼େଇ କରିଥିଲେ ହେଁ ତାହା ଇଂଲଣ୍ଡକୁ ପରାଜୟରୁ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ହୋଇ ନ ଥିଲା। ଓଭର୍ଟନ ୧୦୫ ବଲ୍‌ରୁ ୨୧ ଓ ଲିଚ୍‌ ୫୧ ବଲ୍‌ରୁ ୧୨ ରନ କରି ଆଉଟ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌କୁମିନ୍ସ ସର୍ବାଧିକ ୪ଟି, ନାଥାନ ଲିୟନ ଓ ଜୋଶ୍‌ ହାଜେଲଉଡ୍‌ ୨ଟି ଲେଖାଏ ଏବଂ ମିଚେଲ ଷ୍ଟାର୍କ ଓ ମାର୍ନୁସ ଲାବୁସ୍କାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୪୯୭।
ଇଂଲଣ୍ଡ ପ୍ରଥମ ଇନିଂସ: ୩୦୧।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୧୮୬/୬(ଘୋଷଣା)
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୧୯୭/ଅଲଆଉଟ(ଜୋ ଡେନ୍‌ଲି-୫୩, ଜାସନ ରୟ-୩୧, ଜୋସ ବଟଲର-୩୪, କୁମିନ୍ସ-୪/୪୩, ହାଜେଲଉଡ-୨/୩୧, ଲିୟନ-୨/୫୧, ଷ୍ଟାର୍କ-୧/୪୬, ଲାବୁସ୍କାନ-୧/୯)।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଓଡ଼ିଶା ବନ୍ଦ: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ଠପ୍‌

ଭଦ୍ରକ, ୨୮।୧(ସନାତନ ରାଉତ): ଭଦ୍ରକରେ ବନ୍ଦ ପାଳନ ଜୋରଦାର ହେଉଛି । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି…

କାହିଁକି ହେଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ: ବଡ଼ କାରଣ କହିଲେ …

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ବାରାମତିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।…

ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ ମହାରାଷ୍ଟ୍ର ବିକାଶରେ…

ନୂଆଦିଲ୍ଲୀ,୨୮ା୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଶୋକ ପ୍ରକାଶ କରି…

୨ ପୁଅ, ସ୍ତ୍ରୀଙ୍କୁ ଛାଡିଦେଇ ଗଲେ ଅଜିତ ପାୱାର: ଜାଣନ୍ତୁ ତାଙ୍କ ରାଜନୈତିକ ଯାତ୍ରା ବିଷୟରେ ଅଜଣା କଥା…

ପୁଣେ,୨୮।୧: ମହାରାଷ୍ଟ୍ରର ଏନସିପି ନେତା ଏବଂ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ନିର୍ବାଚନ ପ୍ରଚାର ପାଇଁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ତାଙ୍କ…

ମା’ଙ୍କ ପ୍ରତିମୂର୍ତ୍ତିରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର, ସକାଳୁ ଆସି ପୂଜାରୀ ଦେଖିଲେ…

ଦିଗପହଣ୍ଡି,୨୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୁକୁଡ଼ାଖଣ୍ଡି ବ୍ଲକ ଅଧୀନ ମା ’ ମହୁରୀ କାଳୁଆଙ୍କ ମନ୍ଦିର ଗର୍ଭଗୃହରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା…

ବଞ୍ଚାଇଦେଲେ ମହାପ୍ରଭୁ: ୩ କିମି ପୂର୍ବରୁ ଡ୍ରାଇଭରଙ୍କ ସାଙ୍ଗରେ ପାଟିତୁଣ୍ଡ କରି… 

ଆନନ୍ଦପୁର୨୮।୧(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଉପଖଣ୍ଡ, ଛେନାପଦି  ବଉଳା ରାସ୍ତାର ବୈଦାଖିଆ  ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ସୂଚନା ଅନୁସାରେ, ଭୂବନେଶ୍ବରରୁ …

ଅଜିତ ପାଓ୍ବାରଙ୍କ ମୃତ୍ୟୁକୁ ନେଇ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୧:  ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ ଅବତରଣ…

ମୃତ୍ୟୁର କିଛି ମିନିଟ୍‌ ପୂର୍ବରୁ ଏହି ବ୍ୟକ୍ତିଙ୍କୁ ମନେ ପକାଇଥିଲେ ଅଜିତ ପାଓ୍ବାର: ଭାଇରାଲ ହେଉଛି ଶେଷ ପୋଷ୍ଟ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ମୁମ୍ବାଇରେ ଏକ କ୍ୟାବିନେଟ ବୈଠକରେ ଯୋଗ ଦେବା ପରେ, ଅଜିତ ପାୱାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri