Posted inଖେଳ

ଚଣ୍ଡିଗଡ଼ ନାମରେ କିର୍ତ୍ତୀମାନ

କୋଲକାତା, ୩।୧୨- ସ୍ଥାନୀୟ ଯାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଅନୁଷ୍ଠିତ କୁଚ୍‌ ବିହାର ଟ୍ରଫି (୧୯ ବର୍ଷରୁ କମ୍‌)ର ଏକ ମ୍ୟାଚ୍‌ରେ ଚଣ୍ଡିଗଡ଼ ଏକ ଇନିଂସ ଓ ୬୦୩ ରନରେ ମିଜୋରାମକୁ ପରାସ୍ତ କରିଛି। ଫଳରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ଅନୁଷ୍ଠିତ ଘରୋଇ କ୍ରିକେଟ୍‌ ଇତିହାସରେ ଚଣ୍ଡିଗଡ଼ ସର୍ବବୃହତ୍‌ ବିଜୟ ରେକର୍ଡର ଅଧିକାରୀ ହୋଇଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚଣ୍ଡିଗଡ଼ ଚିରାଗବୀର ଧିନ୍ଦାସ (୨୫୩)ଙ୍କ ଦ୍ୱିଶତକ ଓ ଅଧିନାୟକ ସୂର୍ଯ୍ୟ ନାରାୟଣ ଯାଦବ (୧୫୭)ଙ୍କ ଶତକ ବଳରେ ପ୍ରଥମ ଇନିଂସରେ ୯ ଉଇକେଟ୍‌ ବିନିମୟରେ ୭୦୦ ରନ କରି ଇନିଂସ ଘୋଷଣା କରିଥିଲା। ଏହାପରେ ପ୍ରଥମ ଇନିଂସ ଆରମ୍ଭ କରିଥିବା ମିଜୋରାମ ମାତ୍ର ୫୮ ରନରେ ଅଲ୍‌ଆଉଟ୍‌ ହୋଇଥିଲା। ଏହାପରେ ଫଲୋଅନ୍‌ ହୋଇ ବ୍ୟାଟିଂ କରିଥିବା ମିଜୋରାମ ଦ୍ୱିତୀୟ ଇନିଂସରେ ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୩୯ ରନରେ ସୀମିତ ରହିଥିଲା। ଅତିରିକ୍ତ ଆକାରରେ ସଂଗୃହିତ ହୋଇଥିବା ୧୨ ରନ୍‌ ଇନିଂସର ସର୍ବାଧିକ ସ୍କୋର ରହିଥିଲା। ଫଳରେ ମିଜୋରାମ ଏକ ଇନିଂସ ଓ ୬୦୩ ରନରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଥିଲା। ଦୁଇଟି ଯାକ ଇନିଂସରେ ମିଜୋରାମ ବ୍ୟାଟ୍ସମ୍ୟାନ ଆରୁକ ଦାସ (୧୧ ଓ ୧୫ ରନ) କେବଳ ଦୁଇ ଅଙ୍କବିଶିଷ୍ଟ ସ୍କୋର କରିପାରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଘରୋଇ କ୍ରିକେଟ ଇତିହାସରେ ବୃହତ୍‌ ବିଜୟର ରେକର୍ଡ ପୂର୍ବରୁ ଆସାମ ଦଳ ନାମରେ ରହିଥିଲା। ୧୯୯୧-୯୨ ରଣ୍‌ଜୀ ସିଜନରେ ଆସାମ ଏକ ଇନିଂସ ଓ ୪୭୨ ରନରେ ତ୍ରିପୁରାକୁ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସମ୍ପୂର୍ଣ୍ଣ ଟିମ୍‌ ଉପରେ ଭାରି ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ

ଆବୁଧାବି,୧୨।୧୨: ଭାରତୀୟ କିଶୋର ତାରକା ବୈଭବ ସୂର୍ଯ୍ୟବଂଶୀ U19 ଏସିଆ କପରେ UAE ବିପକ୍ଷରେ ୧୭୧ ରନ୍‌ କରି ୨୦୨୫ରେ ତାଙ୍କର ଚମତ୍କାର ଫର୍ମ ଜାରି...

ନିଶାରେ ଉବୁଟୁବୁ ଭାରତୀୟ କ୍ରିକେଟର, ବଡ ଖୁଲାସା କଲେ ଜାଡେଜାଙ୍କ ପତ୍ନୀ

ନୂଆଦିଲ୍ଲୀ,୧୨ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ...

ଭିନେଶ ଫୋଗଟଙ୍କ ବଡ଼ ଘୋଷଣା, ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଲେ….

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଅବସର ଘୋଷଣା କରିଥିବା ବେଳେ ବର୍ତ୍ତମାନ ୟୁ-ଟର୍ଣ୍ଣ କରିଛନ୍ତି...

ଆଜି ଭାରତ ଆସିବେ ଫୁଟବଲ୍‌ ମହାରଥୀ ଲିଓନେଲ୍ ମେସି, ଯୋଗ ଦେବେ ପ୍ରଧାନମନ୍ତ୍ରୀଙ୍କ ସମେତ ଏ ସମସ୍ତ ଷ୍ଟାର

କୋଲକାତା,୧୨ା୧୨: ଫୁଟବଲ୍‌ର ମହାରଥୀ ତଥା ବିଶ୍ୱକପ୍ ବିଜେତା ଅଧିନାୟକ ଲିଓନେଲ ମେସି ଶୁକ୍ରବାର ଭୋର୍ ୧:୩୦ରେ ଭାରତରେ ପହଞ୍ଚିବା ସହ ତାଙ୍କର ତିନି ଦିନିଆ ‘GOAT...

ଚମତ୍କାର କଲେ ବୈଭବ ସୂର୍ଯ୍ୟବଂଶୀ: ୫୬ ବଲ୍‌ରେ କଲେ କମାଲ୍‌, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୨।୧୨: ଯୁବ ଭାରତୀୟ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ଏସିଆ କପ୍‌ର ଉଦଘାଟନୀ ମ୍ୟାଚ୍‌ରେ ୟୁଏଇ ବିପକ୍ଷରେ ଏକ ଜ୍ୱଳନ୍ତ ଶତକ ହାସଲ...

୯ ବଲ୍‌ରେ ହରାଇଲା ୫ ଉଇକେଟ୍‌…ଟିମ୍‌ଇଣ୍ଡିଆ ନାଁରେ ଅଲୋଡା ରେକର୍ଡ

ଚଣ୍ଡିଗଡ଼,୧୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ଯାଦବୀନ୍ଦ୍ର...

ଲଜ୍ଜାଜନକ ରେକର୍ଡ କଲେ ଅର୍ଶଦୀପ ସିଂ: କୌଣସି ବୋଲର୍‌…

ଚଣ୍ଡିଗଡ଼,୧୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ଯାଦବିନ୍ଦ୍ର...

ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତି ଭାରତକୁ ଦ୍ୱିତୀୟ ଟି-୨୦ ମ୍ୟାଚ ପାଇଁ କ୍ଷତି ପହଞ୍ଚାଇଲା? ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୨।୧୨: ଡିସେମ୍ବର ୧୧ ତାରିଖ ରାତିରେ ମୁଲାନପୁରର ମହାରାଜା ଯାଦବିନ୍ଦ୍ର ଆନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri