ଚଢାଦରରେ ଖାଦ୍ୟ ସାମଗ୍ରୀ ବିକିଲେ କାର୍ଯ୍ୟାନୁଷ୍ଠାନ

ଶଙ୍କରାଖୋଲ,୫ା୨୦(ଡି.ଏନ୍‌.ଏ.)- ଲକ୍‌ଡାଉନର ସୁଯୋଗ ନେଇ ଚକାପାଦ ବ୍ଲକ ଶଙ୍କରାଖୋଲରେ ଥିବା ରାଶନ ଦୋକାନ ଗୁଡିକରେ ପ୍ରିଣ୍ଟ ଦାମ ଠାରୁ ଚଢା ଦରରେ ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଛି। ଏନେଇ ସମିତିସଭ୍ୟ ବିଷ୍ଣୁ ଚରଣ ଦିଗାଳ, ମଣ୍ଟୁ ବେହେରା, ସୂର୍ଯ୍ୟକାନ୍ତ ପାତ୍ର, ସାମନ୍ତ ବେହେରାଙ୍କ ସହ ପ୍ରାୟ ୫୦ଜଣ ସରପଞ୍ଚ ଚିତ୍ର କହଁରଙ୍କ ନିକଟରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଚକାପାଦ ଯୋଗାଣ ନୀରିକ୍ଷକ ମଳୟ କୁମାର ବେହେରା ପହଞ୍ଚତ୍ ଦୋକାନୀମାନଙ୍କୁ ଚଢା ଦରରେ ନ ବିକିବାକୁ ତାଗିଦ୍‌ କରିଥିଲେ। ଏହାପରେ ଯଦି ପୁଣି ଅଭିଯୋଗ ଆସେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନଙ୍କୁ ତାଗିଦ୍‌ କରିଛନ୍ତି।