ଚକ୍‌ମା ଦେଇ ଚମ୍ପଟ ମାରୁଛନ୍ତି ଅଭିଯୁକ୍ତ

ଅନୁଗୋଳ ଅଫିସ, ୭।୬ – ଅନୁଗୋଳ ଜିଲା ପୋଲିସ ହେପାଜତରୁ ବାରମ୍ବାର ଚମ୍ପଟ ମାରୁଛନ୍ତି ଅଭିଯୁକ୍ତ। ଗତ ଶୁକ୍ରବାର ଖସିଯାଇଥିବା ଜଣେ ଅଭିଯୁକ୍ତଙ୍କୁ ମିଶାଇ ୨ ବର୍ଷ ମଧ୍ୟରେ ଏପରି ୪ ଘଟଣା ଘଟିବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି କି ଅନେକ କ୍ଷେତ୍ରରେ ପୋଲିସ ପାଇଥିବା ସଫଳତାକୁ ମଧ୍ୟ ଏହା ପାଣିଚିଆ କରିଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।
୨୦୧୮ ମେ ୧୮ ତାରିଖରେ ଅନୁଗୋଳ କୋର୍ଟ ପରିସରରୁ ଚମ୍ପଟ ମାରିଥିଲେ ବହୁଚର୍ଚ୍ଚିତ କୁଶକିଳା ଡବଲ ମର୍ଡର ଓ କୁକୁରପେଟା ମାଉସୀ-ପୁତୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଝସକେତନ ରାଉତ। ପରିସ୍ରା ଯିବା ବାହାନାରେ କୋର୍ଟ ହାଜତ ଶୌଚାଳୟ ଆଜବେଷ୍ଟସ ଭାଙ୍ଗି ସେ ଫେରାର ହୋଇଯିବା ସେତେବେଳେ ଅନୁଗୋଳ ପୋଲିସ ପ୍ରଶାସନକୁ ଅଡ଼ୁଆରେ ପକାଇଥିଲା। ଏହି ଘଟଣାରେ ତୁରନ୍ତ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା। ତେବେ ୨୦୧୯ ଜାନୁୟରୀ ୫ରେ ସ୍ପେଶାଲ ସ୍କ୍ବାଡ୍‌ ଦେବଗଡ଼ ଜିଲାରୁ ଝସକେତନଙ୍କୁ ଗିରଫ କରିବାରେ ସଫଳତା ପାଇଥିଲା। ସେହିପରି ୨୦୧୯ ନଭେମ୍ବର ୨୭ରେ ଅନୁଗୋଳ ଥାନା ପରିସରରୁ ଜଣେ କୋଇଲା ମାଫିଆ ଖସି ଯାଇଥିଲେ। ଘଟଣାର ଦୁଇମାସ ପରେ ଅର୍ଥାତ୍‌ ୨୦୨୦ ଜାନୁୟାରୀରେ ସମ୍ପୃକ୍ତ କୋଇଲା ମାଫିଆଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ସେହିପରି ଜରପଡ଼ା ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଧରି ସାମଗ୍ରୀ ଜବତ ପାଇଁ ଅନୁଗୋଳ ଆସିଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲେ। ତାଙ୍କୁ ଏଯାଏ ପୋଲିସ ଗିରଫ କରିପାରି ନାହିଁ। ସେହିପରି ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଅନୁଗୋଳ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ରବି ବେହେରା ଗତ ଶୁକ୍ରବାର କୋର୍ଟ ଚାଲାଣ ବେଳେ ଖସିଯାଇଥିବା ଜଣାପଡ଼ିଥିଲା। ତେବେ ରାତି ଅନିଦ୍ରା ହୋଇ ଖୋଜାଖୋଜି ପରେ ପୋଲିସ ଅଭିଯୁକ୍ତ ଜଣଙ୍କୁ ଶନିବାର ମାଡ଼ି ବସିଥିବା ସୂଚନା ମିଳିଛି। ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ବାରମ୍ବାର ପୋଲିସକୁ ଏପରି ସମାଲୋଚନାର ଶିକାର ହେବାକୁ ପଡ଼ୁଥିବା ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଏସ୍‌ପି ଜଗମୋହନ ମୀନା କହିଛନ୍ତି, ଅଭିଯୁକ୍ତମାନେ ହେପାଜତରେ ଥିବାବେଳେ ପୋଲିସ କର୍ମଚାରୀ ଅଧିକ ସତର୍କ ତଥା ଦାୟିତ୍ୱବାନ ହେବା କଥା। କିନ୍ତୁ କର୍ତ୍ତବ୍ୟରେ ଅବହେଳା କାରଣରୁ ଏପରି ଘଟଣା ଘଟୁଛି। ତେଣୁ ଏ ଦିଗରେ ପୋଲିସକୁ ଅଧିକ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।

 

ମାମୁଘରେ ଲୁଚିଥିଲେ, ଧରାପଡ଼ିଲେ

ଅନୁଗୋଳ କୋର୍ଟରୁ ଗତ ଶୁକ୍ରବାର ରାତିରେ ଖସିଯାଇଥିବା ବଳାତ୍କାର ଅଭିଯୁକ୍ତ ରବି ବେହେରାଙ୍କୁ ଶନିବାର ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। କୋର୍ଟରୁ ଖସିଯିବା ପରେ ଅଭିଯୁକ୍ତ ସାଇକେଲରେ ଢେଙ୍କାନାଳ ଜିଲାସ୍ଥିତ ମାମୁଘରକୁ ପଳାଇଯାଇଥିଲେ। ସେଠାରୁ ତାଙ୍କୁ ଗିରଫ କରାଯାଇଥିବା ଅନୁଗୋଳ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ କୋର୍ଟ ପରିସରରୁ ଚମ୍ପଟ ଅଭିଯୋଗରେ ନଂ. ୬୪୪/୨୦ରେ ଆଉ ଏକ ମାମଲା ରୁଜୁ ସହ ଅଭିଯୁକ୍ତ ରବିଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଏସ୍‌ପି ଜଗମୋହନ ମୀନା ଦୁଇ ଜଣ କନଷ୍ଟେବଳଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri