ଘୋଷଣାରେ ସୀମିତ ଆଦର୍ଶ ଗାଁ: ମଉଲିକ୍‌ ସୁବିଧାରୁ ବଁଚିତ୍‌ ଗାଁବାସୀ

ପଦ୍ମପୁର, ୨୧।୬ (ଡି.ଏନ୍‌.ଏ): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଦହିଗଁା ପଁଚେତ୍‌ର ବ୍ରାହ୍ମଣଡ଼ିହି ଗଁାକେ ୨ ବଛର ଆଗରୁ ମାଲ ମାଲ ଅଫିସରକଁର ଧାର ଲମିଥିଲା। ହଜାର ହଜାର ଲୁକ୍‌କର ଆଘେ ଘୋଷନା କରାଗଲା ଆଦର୍ଶ ଗଁା। ୧ ହଜାରରୁ ଅଧ୍‌କା ଲୋକ୍‌ ବାସ କରୁଥିବାର ବ୍ରାହ୍ମଣଡ଼ିହିବାସୀ ଭାବିଥିଲେ ଆମର ଆଶ୍‌ ପୂରନ୍‌ ହେବା। ହେଲେ ଦିନାକେତେ ଉତାରୁ ଦେଖ୍‌ଲାବେଲେ ସବୁ ଫସକିଗଲା। ଆଦର୍ଶ ଗଁାର ଫାଇଲ ହଜିଗଲା। ସୁଆସ୍‌ତିଅ ସେବାର ଲାଗି ଡାକ୍‌ତରଖାନା, ସ୍କୁଲରେ ପଢ଼ାକୁଠି, ଗଁାକେ ପିଇଲା ପାଏନ୍‌ର ବେବସ୍‌ତା, ରାସ୍‌ତାଘାଟର ସୁବିଧା, ଧଁଦାମୂଲକ କାଯ୍‌କରମ ଜରିଆରେ ଲୋକ୍‌ କେନ୍‌ଥେଇ ରୁଜଗାର କରି ନିଜର ଗୁଡ଼େ ନିଜେ ଠିଆ ହେଇପାରବେ ଲେଖେଁ ସପନ୍‌ ଗଁାବାସୀକୁ ଦେଖୋଯାଇଥିଲା। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍‌ତା ଖଁଡ଼େକେ ଛାଡ଼ିଦେଲେ ଆଏଜ୍‌ତକ ଗଁାରେ କିଛି ନାଇଁହେଇ। ଆଏଜ୍‌ ବି ଗଁାରେ ୪୦ରୁ ୫୦ ଝନ୍‌ ଅସାହା ବୁଢ଼ାବୁଢ଼ି ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଗଁାରେ ସ୍ବାସ୍ଥ୍ୟ କେନ୍ଦ୍ର ଅଭାବୁ ଅଙ୍ଗନଓ୍ବାଡି କରମୀ ଛୁଆ ଆର ମା’ମାନକୁ ଟୀକାକରନ ଲାଗି ପାସର ଦର୍ଲିଗୁଡ଼ା ଗଁାକେ ନେଉଛନ୍‌। ୪ କି.ମି. ରାସ୍‌ତା ତିଆର ହେଲେ ଗଁାବାସୀ ଅତି ସହଜ ଆର ସୁବିଧାରେ ପଦ୍ମପୁର ଯାଇ ନିଜର ସରକାରୀ, ବେସରକାରୀ କାମ୍‌ କରି ଫିରିପାରତେ। ହେଲେ ଇ ୪ କି.ମି. ରାସ୍‌ତା ଅଭାବୁ ଲୋକ୍‌ ଉପେ ଶୂଇନ୍‌ ହେଇ ୧୪ କି.ମି. ରାସ୍‌ତା କିଁଦ୍‌ରିବୁଲି ପଦ୍ମପୁରରେ ପୁହୁଁଚୁଛନ୍‌। ଆଦର୍ଶ ଗଁା ହେଲେ ଗଁାର ରୂପରେଖ ବଦଲି ଯିବା ବଲି ସମକିରି ଆଶ୍‌ ଥିଲା, ହେଲେ ଦିନୁଦିନ୍‌କେ ଗଁାବାସୀକର ଇ ଆଶ୍‌ ମହଲି ଯାଉଛେ। ଇ ବାବ୍‌ଦେ ଥାନୀୟ ସରପଁଚ୍‌ ସୁକାନ୍ତ କୁମାର ବାଗକୁଁ ପଚରାଲାରୁ ଆଦର୍ଶ ଗଁା ଖାଲି ଘୋଷନାରେ ରହିଯାଇଛେ। ସରକାର ଘୋଷନା କରି ଚୁପ୍‌ମାରି ବସିଛନ୍‌। କେହେନ୍‌ସି ପରକାର ବିକାଶ ମୂଲକ ଯୋଜନାର ଚିଠିପତର ପଁଚେତ୍‌କେ ନାଇଁ ଆସି ବଲି ସେ କହିଥିଲେ। ସେନ୍‌ତା ଓ୍ବାର୍ଡ ସଭ୍ୟ ସୁରେନ୍ଦ୍ର ସାହୁକୁଁ ପଚରାଲାରୁ ୨୦୧୭ରେ ଗଁାକେ ଆଦର୍ଶ ଗଁା ଘୋଷନା କରାଯାଇଥିଲା। ଗଁାରେ ୧ କୋଟି ଟଁକାର ଭିନେ ଭିନେ ପ୍ରକଳ୍ପ ହେବା ବଲି କୁହାଯାଇଥିଲା, ହେଲେ ସେସବୁ ଦିନ୍‌ବେଲିଆ ସପନ ଥିଲା ଲେଖେଁ ଲାଗୁଛେ ବଲି ସେ କହୁଥିଲେ। ଝନେ ଗଁାବାସୀ ବିଦ୍ୟାଧର କମଲିଆ କହିଛନ୍‌ ଯେ, ସରକାରୀ ବାବୁମାନେ ବଡ଼ବଡ଼ କଥା କହିକରି ପଲାଲେ। ହେଲେ ଗଁାର ରାସ୍‌ତାଘାଟ, ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଆଗରୁ ଯେନ୍‌ତା ଥିଲା, ଏହେଦେ ବି ସେନ୍‌ତା ଅଛେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri