Categories: ଜାତୀୟ

ଘୋଡ଼ା ଚଢ଼ି ବିବାହ ମଣ୍ଡପରେ ପହଞ୍ଚିଲେ କନିଆ

ଭୋପାଳ,୧୬।୫: ଦେଶରେ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି। ତେବେ ମହିଳାମାନଙ୍କୁ ସଶକ୍ତ ହେବାର ବାର୍ତ୍ତା ଦେଇଛନ୍ତି ଜଣେ କନିଆ। ସେ ଘୋଡ଼ା ଚଢ଼ି ବିବାହ ମଣ୍ଡପରେ ପହଞ୍ଚିଛନ୍ତି। ମଧ୍ୟପ୍ରଦେଶ ଭୋପାଳରେ ଘଟିଛି ଏପରି। ସ୍ଥାନୀୟ ବାପୁ କଲୋନୀ ଜାହାଙ୍ଗୀରବାଦ୍‌ରେ ବାସ କରୁଥିବା ୨୨ ବର୍ଷ ବୟସ୍କା କନିଆ ମନାଲି ମେହରୋଲିଆ ଏଭଳି କରି ନାରୀ ସଶକ୍ତିକରଣ ପାଇଁ ଆହ୍ବାନ ଦେଇଛନ୍ତି। ବିବାହ ମଣ୍ଡପରେ ବର କୁଣାଳ ଚାମ୍ବରିଆ ମନାଲିଙ୍କ ପ୍ରତୀକ୍ଷା କରିଥିବା ଦେଖିବାକୁ ମିଳିଥିଲା। ନାରୀ ନିର୍ଯାତନା ବିରୋଧରେ ସ୍ବର ଉତ୍ତୋଳନ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ମନାଲି କହିଛନ୍ତି।

Share