Categories: ଜାତୀୟ

ଘାଘରା ନଦୀରେ ଡଙ୍ଗା ବୁଡ଼ି ଘଟଣା: ୪ମହିଳା ନିଖୋଜ

ଲକ୍ଷ୍ନୌ,୧୨।୧୦: ଉତ୍ତରପ୍ରଦେଶ ସନ୍ଥକବୀରନଗର ଜିଲାରେ ଥିବା ଘାଘରା ନଦୀର ରାମବାଗ ଘାଟରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ନଦୀରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡ଼ିବାରୁ ସେଥିରେ ଥିବା ୪ମହିଳାଙ୍କ ସମେତ ୧୮ଜଣ ବ୍ୟକ୍ତି ବୁଡିଯାଇଥିଲେ। ଖବରପାଇ ଘଟଣାସ୍ଥଳରେ ଏସ୍‌ଡିଏମ୍‌, ପୋଲିସ ଓ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚି ଅନ୍ୟ ୧୪ଜଣଙ୍କୁ ଉଦ୍ଧାର କରିଛନ୍ତି। ହେଲେ ଏବେ ପର୍ଯ୍ୟନ୍ତ ୪ମହିଳାଙ୍କ ନିଖୋଜ ଥିବା ଜଣାପଡ଼ିଛି। ଅନ୍ୟପଟେ ଉଦ୍ଧାରକାରୀ ଦଳ ସେମାନଙ୍କୁ ଖୋଜିବାକୁ ଉଦ୍ୟମ ଚଳାଇଛି।

Share