ଘର ସହ ଜଳିଗଲେ ତହସିଲ କର୍ମଚାରୀ

ହାଟଡିହୀ,୨୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ସୋସୋ ଥାନା ଅନ୍ତର୍ଗତ ସୁନ୍ଦରାପାଳ ଛକରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଘର ଜଳିଯିବା ସହିତ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ହାଟଡିହୀରୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଯାଇ ନିଅଁାକୁ ଆୟତ୍ତ କରିଥିବାବେଳେ ସୋସୋ ଥାନାଧିକାରୀ ମୃତଦେହ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ,ମୃତ ବ୍ୟକ୍ତିଙ୍କ ନାମ ଶୁକଦେବ ମୁଣ୍ଡା(୪୮)। ତାଙ୍କ ଘର ସୁନ୍ଦରାପାଳ ମୁଣ୍ଡାସାହି ବୋଲି ଜଣାପଡ଼ିଛି। ସେ ଆନନ୍ଦପୁର ତହସିଲରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ପାରିବାରିକ କଳହରୁ କିଛିଦିନ ହେଲା ଘରକୁ ନ ଯାଇ ସୁନ୍ଦରାପାଳ ଛକରେ ଏକ ଚାଳ ଘରେ ରାତିରେ ଶୋଉଥିଲେ ା ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିଲା ବେଳେ ତାଙ୍କ ମୃତ୍ୟୁକୁ ନେଇ ନାନା କଥା ଶୁଣିବାକୁ ମିଳୁଛି। ତେବେ ପୋଲିସର ତଦନ୍ତ ପରେ ସବୁ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସୋସୋ ଥାନା ପକ୍ଷରୁ କୁହାଯାଉଛି।