ଘର ସଂସାର କରିବେ ଅର୍ଦ୍ଧେନ୍ଦୁ

ବଡ଼ ପରଦାରେ ମିଛିମିଛିକା ବର ସାଜିଛନ୍ତି ସେ। ହେଲେ ଏଥର ସତସତିକା ବରବେଶରେ ଯିବେ। ହଁ, ଓଲିଉଡ୍‌ର ଅନ୍ୟତମ ନାୟକ ଅର୍ଦ୍ଧେନ୍ଦୁ ଘର ସଂସାର କରିବାକୁ ଯାଉଛନ୍ତି। ନିକଟରେ ତାଙ୍କର ରିଂ ସେରିମନି ସମ୍ପନ୍ନ ହୋଇଛି। ହେଲେ ସେ କାହାକୁ ପତ୍ନୀ ଭାବରେ ଗ୍ରହଣ କରୁଛନ୍ତି ଜାଣନ୍ତି? ପିପିଲି ବିଧାୟକ ତଥା ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀଙ୍କ କନ୍ୟା ପଲ୍ଲବୀ ମହାରଥୀ। ପଲ୍ଲବୀ ପେସାରେ ଡାକ୍ତର। ଚଳିତବର୍ଷ ଫେବୃୟାରୀରେ ଏହି ହାଇଭୋଲଟେଜ ମ୍ୟାରେଜ ଅନୁଷ୍ଠିତ ହେବ ବୋଲି ଶୁଣିବାକୁ ମିଳୁଛି। ଅର୍ଦ୍ଧେନ୍ଦୁଙ୍କ ଓଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ସସପେନ୍ସ ଥ୍ରୀଲର ଓଡ଼ିଆ ସିନେମା ‘କାଉଁରୀ କନ୍ୟା’ରୁ। ତା’ପରେ ‘ଅ ଆ ହର୍ଷେଇ’, ‘ଟପୋରି’, ‘ବ୍ଲାକ୍‌ମେଲ୍‌’ ଏବଂ ଚଳିତବର୍ଷ ରିଲିଜ ହୋଇଥିବା ‘ମୁଁ ପରଦେଶୀ ଚଢ଼େଇ’ରେ ସେ ଅଭିନୟ କରିସାରିଛନ୍ତି। ବିଶେଷଭାବରେ ‘ବ୍ଲାକ୍‌ମେଲ୍‌’ ଚଳଚ୍ଚିତ୍ରରେ ଅର୍ଦ୍ଧେନ୍ଦୁ-ତମନ୍ନାଙ୍କୁ ନେଇ ଦୃଶ୍ୟାୟିତ ଡୁଏଟ୍‌ ଗୀତ ‘ହାଏ ତୋ ପ୍ରେମର ରଙ୍ଗୋଲି’ ବେଶ୍‌ ଚର୍ଚ୍ଚିତ ହୋଇଥିଲା।

Share