ଘର ତିଆରି ପାଇଁ ମାଟି ଖୋଳିବା ବେଳେ ମିଳିଲା ବହୁ ବର୍ଷର ପୁରାତନ ସୁଡଙ୍ଗ

ପଶ୍ଚିମବଙ୍ଗ,୧୧।୨: କଥାରେ ଅଛି ସାରୁ ଖୋଳୁ ଖୋଳୁ ମହାଦେବ। ଏହି ଉକ୍ତିଟିର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ। ଘର ନିର୍ମାଣ ପାଇଁ ମାଟି ଖୋଳୁଥିବା ବେଳେ ବହୁ ବର୍ଷର ପୁରାତନ ସୁଡଙ୍ଗ ମିଳିଥିବା ଜଣାପଡ଼ିଛି। ଏହି ସୁଡଙ୍ଗର ଉଚ୍ଚ ୧୦ ଫୁଟ୍‌ ଓ ଚଉଡା ୪ ଫୁଟ୍‌ ରହିଛି। ଐତିହାସିକମାନେ ଏହାକୁ ୨୦୦-୩୦୦ବର୍ଷର ପୁରୁଣା ସୁଡଙ୍ଗ ବୋଲି କହୁଛନ୍ତି। ସୂଚନାଯୋଗ୍ୟ, ବର୍ଦ୍ଧମାନ ଜିଲା ମହତା ଗାଁର ଜିଆରୁଲ ମଲିକ ଶନିବାର ଘର ନିର୍ମାଣ ପାଇଁ ମାଟି ଖୋଳିଥିଲେ। ମାଟି ଖୋଳାଯାଉଥିବା ବେଳେ ଏହାର ଏକ ଅଂଶ ତଳକୁ ଦବି ଯାଇଥିଲା। ଏନେଇ ଜିଆରୁଲ ଜିଲା ଅଧିକାରୀ, ପତ୍ନତତ୍ତ୍ୱ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଜିଲା ଅଧିକାରୀ, ପତ୍ନତତ୍ତ୍ୱ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏହାପରେ ଉକ୍ତ ସ୍ଥାନକୁ ସମ୍ପୂର୍ଣ୍ଣ ଖୋଳାଯାଇଥିଲା। ଖୋଳାଯିବା ପରେ ସୁଡଙ୍ଗର କିଛି ଫଟୋକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ବିଭାଗ ଯାଞ୍ଚ କରିଥିଲେ। ପ୍ରାଥମିକ ଯାଞ୍ଚ ପରେ ଏହା ୨୦୦-୩୦୦ବର୍ଷର ପୁରୁଣା ବୋଲି ଏଏସ୍‌ଆଇ ବିଭାଗ ଅନୁମାନ କରିଛି। ଆଉ କିଏ ଏହାକୁ ରାଜ ପରିବାରର ସୁଡଙ୍ଗ ବୋଲି କହୁଛନ୍ତି। ତେବେ ସମ୍ପୂର୍ଣ୍ଣ ଯାଞ୍ଚ ପରେ ଏହାର ସତ୍ୟତା ପଦାକୁ ଆସିବ ବୋଲି ଉକ୍ତ ବିଭାଗର ଅଧିକାରୀ କହିଛନ୍ତି। ଅପରପକ୍ଷେ ଏହି ସୁଡଙ୍ଗକୁ ଦେଖିବା ପାଇଁ ଜିଲା ବାହାରୁ ଲୋକଙ୍କ ଭିଡ ଜମୁଥିବାରୁ ମହତା ଗଁାକୁ ଘେରାବନ୍ଦୀ କରାଯାଇ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସରେ ଅଙ୍ଗଦାନ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri