ଘର ଘର ବୁଲି ସଚେତନ କରୁଛନ୍ତି ସରପଞ୍ଚ

ହାଟଡ଼ିହୀ, ୨।୫(ଡି.ଏନ୍‌.ଏ.)କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ହାଟଡ଼ହୀ ପଞ୍ଚାୟତ ସରପଞ୍ଚ ଅନସୂୟା ସେଠୀ ଘରକୁ ଘର ବୁଲି କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ବାହାରକୁ ଗଲେ ମାସ୍କ ପିନ୍ଧିବା, ପୁରୁଷ ଲୋକମାନେ ଘରକୁ ଫେରିବା ସମୟରେ ସାବୁନରେ ହାତ ଧୋଇ ଘରକୁ ଯିବାକୁ ଅନୁରୋଧ କରିଛନ୍ତି। ପିଲାମାନଙ୍କୁ ଏକା ସାଙ୍ଗରେ ଖେଳିବା ତଥା ତାସ, ପଶା, ଆଦି ନ ଖେଳିବାକୁ କହିଛନ୍ତି। ସେ ପ୍ରଥମ ଦିନରେ ପଞ୍ଚାୟତର ଅଣା, ମଠ ଡାହି, ତରାଗଡ଼ିଆ, ଓ ଦ୍ୱିତୀୟ ଦିନରେ କୁଣ୍ଡିସାହି, ମୁଦୁଲିସାହି,ଖାଣ୍ଟପଦା ଆଦି ଗ୍ରାମରେ ଘର ଘର ବୁଲି ସଚେତନତାର ବାର୍ତ୍ତା ଦେଇଛନ୍ତି। କୌଣସି ଜରୁରୀ କାମ ନ ପଡିଲେ ବାହାର କୁ ନ ବାହାରିବା, ସାମାଜିକ ଦୂରତା ରଖି ଚଳିବା ପାଇଁ ଲୋକଙ୍କୁ କହିଥିଲେ। ପଞ୍ଚାୟତ ତରଫରୁ ଲୋକଙ୍କୁ ବିଭିନ୍ନ ସରକାରୀ ସାହାଯ୍ୟ ସହାୟତା ଯୋଗେଇ ଦିଆଯାଇଛି। ଅପରପକ୍ଷେ ହାଟଡିହୀ ଦମକଳ ବାହିନୀ ତରଫରୁ ଛେନାପଦି ବଜାରକୁ ସାନିଟାଇଜ୍‌ କରାଯାଇଛି ବୋଲି ସେ କହିଥିଲେ। ଏହି ସମୟରେ କିଛି ଲୋକଙ୍କ ଅସୁବିଧା ମଧ୍ୟ ସେ ପଚାରି ବୁଝିବା ସହ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ସରପଞ୍ଚଙ୍କ ସହ ଗ୍ରାମର ଆଶା କର୍ମୀ ମାଳତୀ ସାହୁ, ବିଜୟ ବିଶ୍ୱାଳ, ରାଜେନ୍ଦ୍ର ବାରିକ, କୃଷ୍ଣଚନ୍ଦ୍ର ରାଉତ, ବିଭୂତି ଭୂଷଣ ଜେନା, ରୁଦ୍ର ପ୍ରସାଦ ସାହୁ, ମନୋଜ କୁମାର ସାହୁ, ରାଧେଶ୍ୟାମ ପତି, ଛବିନ୍ଦ୍ର ପେରେଇ, ପ୍ରମୁଖ ଉପସ୍ଥିତ ଥିଲେ।