Categories: ଜାତୀୟ

ଘର ଖାଲି କରିବାକୁ ଚନ୍ଦ୍ରାବାବୁଙ୍କୁ ଦିଆଗଲା ନୋଟିସ୍‌

ହାଇଦ୍ରାବାଦ,୧୭।୮: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କୁ ଘର ଖାଲି କରିବାକୁ ନୋଟିସ୍‌ ଦିଆଯାଇଛି। ତାଡେପାଲି ଗାଁର ଡେପୁଟି ତହସିଲଦାର ଏହି ନୋଟିସ ଦେଇଛନ୍ତି। ତେବେ ତାଡେପାଲିଠାରେ ଥିବା ତାଙ୍କ ଘରେ ବନ୍ୟା ପାଣି ପଶିଯିବା ଆଶଙ୍କା କରି ଏହି ନୋଟିସ ଦିଆଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଚଳିତ ବନ୍ୟାରେ ଆନ୍ଧ୍ରପ୍ରଦେଶର ଅଧିକାଂଶ ଜିଲା ଜଳମଗ୍ନ ହୋଇଯାଇଛି। ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ବନ୍ୟାରେ ହେକ୍ଟର େକ୍ଟେର ଚାଷ ନଷ୍ଟ ହେବା ସହ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

Share