ଘର ଖଁଡ଼େ ତିଆରିବାରେ ଅକ୍ଷମ:ଭଂଗା କୁରିଆରେ ୨ ଅସାହା ପରିବାରର

 

କେସିଙ୍ଗା, ୨୫।୬ (ଡି.ଏନ୍‌.ଏ)
କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କଶୃପଡ଼ା ପଁଚେତ୍‌ ସୁକୁନାଭଟା ଗଁାର ଦୁଇ ଭାଇ ଖଗେଶ୍ୱର ନାଏକ(୩୫) ଆର କାତ୍ତିକ ନାଏକ(୩୨)। ଉଭଏ ନିହାତି ଗରିବ୍‌ ହେଇଥିଲାବେଲେ ଗୁଟେ ଝାଟି ମାଟିର କୁରିଆରେ ତାରପଲିନ ଢାପି ଦୁଇ ଭାଇ ରହୁଛନ୍‌। ସରକାରୀ ଯୋଜନାରେ ଘରଖଡ଼େ ଲେଖେଁ ପାଏବାର ଲାଗି ଉଭଏ ପଁଚେତ୍‌ରୁ ବ୍ଲକ ତକ୍‌ ଗୁହାରି କରି ନିରାଶ ହେଇଛନ୍‌।
ସୂଚନା ଅନ୍‌ସାରେ ସୁକୁନାଭଟା ଗଁାର ଦୁଇ ଭାଇ ଖଗେଶ୍ୱର ଆର କାର୍ତ୍ତିକ ନିହାତି ଗରିବ୍‌। ଖଗେଶ୍ୱରକଁର ପରିବାର କହେଲେ ମାଏକିନା ଦେବକୀ, ଦୁଇ ଝି, ଗୁଟେ ପୁଓ। ସେନ୍‌ତା କାର୍ତ୍ତିକର ପରିବାର କହେଲେ ମାଏକିନା ଉର୍ମିଳା ଆର ଗୁଟେ ପୁଓକେ ନେଇ ସୁଖର ସଁସାର। ସଖାଲ ପାଏଲେ ଦୁଇ ଭାଇ ପରହର କାମବୁତା କଲେ ଯାଇ ଘରର ଚୁଲି ଜଲୁଛେ। ଏନ୍‌ତାଥି ଦୁହେଁ ଜାତୀୟ ରାଜପଥ ୨୬ ତରେ ପରହର ଜମିରେ ୩୦ ବଛର ହେଲା ଗୁଟେ ଝାଟିମାଟି କୁରିଆ କରି ଦୁଇ ବଖରା ଘରଥି ନିଜର ନିଜର କୁଟୁମ ଧରି ରହୁଛନ୍‌। ହେଲେ ବରଷା ମାସେ ଦୁଇ କୁଟମର ଦୁଖ୍‌ ଦୁଇଗୁନା ହେଇଯାଉଛେ। ଘରଭିତରେ ଅଁାଠେ ପାଏନ୍‌ ହେଉଛେ, କୁଟୁମବସିଆ ରାଏତସାରା ଉଜାଗର ରହି ପାଏନ୍‌ ଛେଦଉଛନ୍‌। ହେଲେ ଆଏଜ୍‌ତକ ଇ ଗରିବ୍‌ ପରିବାର ଉପରେ ଥାନୀୟ ପରଶାସନର ନଜର ନାଇଁ ପଡ଼ବାରଟା ନିହାତି ଗୁଟେ ଦୁଖର କଥା। ଇଆଡ଼େ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ଭୂମିହୀନ ପରିବାରମାନକୁ ଘରଡିହ ସଂଗେ ଆବାସ ଯୋଜନାରେ ସାମିଲ କରି ପକାଘର ଯୁଗେଇ ଦେଉଛନ୍‌। ହେଲେ ଦୁଖର କଥା ଇ ଦୁଇ ଭାଇ ନିହାତି ଗରିବ୍‌ ହେଇଥିଲେ ବି ଆଏଜ୍‌ତକ ସରକାରକଁର ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଦୁଇ ଭାଇ ସରକାରୀ ଯୋଜନାରେ ଘରଖଁଡ଼େ ଲେଖେଁ ପାଏବାର ଲାଗି ପଁଚେତ୍‌ରୁ ବ୍ଲକ ତକ୍‌ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ କେସିଙ୍ଗା ବିଡିଓ ଭୀମସେନ ଶବରକୁଁ ପଚରାଲାରୁ ଘଟନା ବାବ୍‌ଦେ ତଦଁତ୍‌ କରି ପଦକ୍ଷେପ ନେମି ବଲି ସେ କହିଥିଲେ।